Spread the love

ରାୟପୁର
ଦୀର୍ଘ ୨୦ ଦିନ ଧରି ଚିକିତ୍ସିତ ହେଉଥିବା ଛତିଶଗର ପ୍ରଥମ ମୁଖ୍ୟମନ୍ତ୍ରୀ ଅଜିତ ଯୋଗୀ(୭୪) ଶୁକ୍ରବାର ଇହଧାମ ତ୍ୟାଗ କରଛନ୍ତି । ଏହା ପୂର୍ବରୁ ହୃଦଘାତ ହେବାରୁ ତାଙ୍କୁ ଗତ ୯ ତାରିଖରେ ରାୟପୁର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କ ମୃତ୍ୟୁକୁ ନେଇ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପରାଷ୍ଟ୍ରପତି ଭେଙ୍କିଆ ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି । ସୂଚନାଯୋଗ୍ୟ ଯେ ପ୍ରଶାସନକୁ ରାଜନେତା ପାଲଟିଥିବା ଶ୍ରୀ ଯୋଗୀ ୨୦୦୦-୦୩ ପର୍ଯ୍ୟନ୍ତ ଛତିଶଗଡର ମୁଖ୍ୟମନ୍ତ୍ରୀ ରହିଥିଲେ । ସେ ୨୦୧୫ରେ କଂଗ୍ରେସ ଛାଡି ନିଜର ଏକ ରାଜନୈତିକ ଦଳ ଗଠନ କରିଥିଲେ ।

LEAVE A REPLY

Please enter your comment!
Please enter your name here