Spread the love

ନୂଆଦିଲ୍ଲୀ : କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଦକର ଆଜି ଅଟୋ ଶିଳ୍ପର ମାଲିକମାନଙ୍କ ସହ ଭିଡ଼ିଓ କନଫରସିଂ ମାଧ୍ୟମରେ ବାତ୍ତାଳାପ କରିଛନ୍ତି । ଏହି ଆଲୋଚନା ବେଳେ ଶିଳ୍ପପତିମାନେ ଜିଏସଟି ହ୍ରାସ କରିବା ଲାଗି ମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି । ସୂଚନାଯୋଗ୍ୟ ଯେ ଅଟୋଶିଳ୍ପରେ ମାନ୍ଦାବସ୍ଥା ଯୋଗୁ ଦେଶର ଶିଳ୍ପ ଅଭିବୃଦ୍ଧି ଓ ଜିଡିପି ଉପରେ ଘୋର ପ୍ରଭାବ ପକାଇବା ଘଟଣା କିଛିମାସ ତଳେ ସମଗ୍ର ଦେଶରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା । କୋଭିଡ଼-୧୯ ବ୍ୟାପିବା ଓ ଲକଡାଉନ ହେବାପରେ ସମଗ୍ର ଶିଳ୍ପ ଜଗତ ଦେଶରେ ବନ୍ଦ ରହିଛି ଓ ଉତ୍ପାଦନ ମଧ୍ୟ ଶୂନ ହୋଇଯାଇଛି ।
ଅଟୋ ଶିଳ୍ପକୁ ମଇ ୩ ତାରିଖ ପରେ ଆରମ୍ଭ କରିବା ଲାଗି କେନ୍ଦ୍ର ସରକାର ଯୋଜନା କରୁଥିବା ବେଳେ ଏହି ଶିଳ୍ପ ସହ ଜଡ଼ିତ ଉଦ୍ୟୋଗପତି ମାନେ କଣ ଚାହୁଁଛନ୍ତି ତାହା ସରକାର ଜାଣିବାକୁ ଚାହିଁଥିଲେ । ତେବେ ଉତ୍ପାଦନ ଆରମ୍ଭ ବେଳେ ସାମାଜିକ ଦୂରତ୍ୱକୁ ଗରୁତ୍ୱ, ସାନିଟାଇଜେସନ ଉପରେ ସର୍ବାଧିକ ଗୁରୁତ୍ୱ ଦେବା ଓ କର୍ମଚାରୀଙ୍କ କୋଭିଡ଼ ପରୀକ୍ଷା ନେଇ ଏହି ଆଲୋଚନାରେ ମଧ୍ୟ ସ୍ଥିର ହୋଇଛି । ଅଟୋଶିଳ୍ପ ଆରମ୍ଭ ହେବା ଖବର ଆଜି ସେୟାର ବଜାରକୁ ସାମନ୍ୟ ଆଶ୍ୱସ୍ତି ଆଣିଦେଇଛି । ନିଫଟି ୩୦୬ ପଏଣ୍ଟ ଉପରକୁ ଉଠିଥିବା ବେଳେ ବିଏସ୍ଇ ୯୯୭ ପଏଣ୍ଟ ଉପରକୁ ଉଠିଛି । ବିଶେଷକରି ବଜାଜ ଅଟୋ, ଟାଟା ମୋଟର ଆଦିର ସେୟାର ମୂଲ୍ୟ ବୃଦ୍ଧି ପାଇଛି ।

LEAVE A REPLY

Please enter your comment!
Please enter your name here