Spread the love

ନୂଆଦିଲ୍ଲୀ
ବିପଜ୍ଜନକ କରୋନା ଭାଇରସ ସାରା ବିଶ୍ୱରେ ଆତଙ୍କ ଖେଳାଇ ଚାଲିଛି । ସେଲିବ୍ରେଟି ଠାରୁ ଆରମ୍ଭ କରି ସାଧାରଣ ଜନତା ମଧ୍ୟ ଏଥିରୁ ବାଦ ପଡିନାହାନ୍ତିି । ଏବେ ଅଣ୍ଡରୱାଲ୍ଡ ଡନ ଦାଉଦ ଇବ୍ରାହିମ ଏବଂ ତାର ସ୍ତ୍ରୀ ମହଜବିନ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡଛି । ସୂଚନା ଅନୁଯାୟୀ ଏହା ଜଣାପଡିବା ପରେ ଦାଉଦର ଗାର୍ଡ ଏବଂ ଅନ୍ୟ କର୍ମଚାରୀଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଛି । ଏବେ ଦାଉଦ ଓ ତାହାର ସ୍ତ୍ରୀ ପାକିସ୍ତାନ କରାଚି ସ୍ଥିତ ସେନା ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ପାକିସ୍ତାନ ସେନା ଏବଂ ଗୁଇନ୍ଦା ଅଧିକାରୀମାନେ ଦାଉଦର ସୁରକ୍ଷାରେ ନିୟୋଜିତ ହୋଇଛନ୍ତି । ସେଠାରେ ସେନାର ମୁଖ୍ୟାଳୟ ଥିବାରୁ ସେନାର ସୁରକ୍ଷା କର୍ମୀ ମଧ୍ୟ ହସ୍ପିଟାଲ ଉପରେ କଡା ଧ୍ୟାନ ରଖିଛନ୍ତି ।

LEAVE A REPLY

Please enter your comment!
Please enter your name here