Spread the love

ନୂଆଦିଲ୍ଲୀ: ଶୁକ୍ରବାରଠାରୁ ଅଣ ରିହାତି ଗ୍ୟାସ ସିଲିଣ୍ଡର ମୂଲ୍ୟ ୧୬୨.୫୦ ପଇସା ହ୍ରାସ ପାଇଛି । ଦିଲ୍ଲୀରେ ୫୮୧.୫୦ ଟଙ୍କାରେ ଉପଲବ୍ଧ ହେବ। ପୂର୍ବରୁ ଏଥିପାଇଁ ୭୪୪ ଟଙ୍କା ଦେବାକୁ ପଡୁଥିଲା। ଏହି ହାର ବିଭିନ୍ନ ରାଜ୍ୟରେ ପ୍ରଚଳତ୍ ଟିକସ ଅନୁଯାୟୀ ଭିନ୍ନ ହୋଇପାରେ । ଭୁବନେଶ୍ୱରରେ ପୂର୍ବରୁ ୭୭୪ ଟଙ୍କା ୫୦ ପଇସା ଦେବାକୁ ପଡୁଥିବା ବେଳେ ବର୍ତ୍ତମାନ ୫୯୨ ଟଙ୍କା ୫୦ ପଇସା ଦେବାକୁ ପଡିବ ଜ୍ଝ ମୁମ୍ବାଇରେ ଏଲପିଜି ସିଲିଣ୍ଡରର ମୂଲ୍ୟ ୫୭୯ ଟଙ୍କା ହୋଇଛି ଜ୍ଝ ଯାହା ପୂର୍ବରୁ ୭୧୪.୫୦ ଟଙ୍କା ଥିଲା। କୋଲକାତାରେ ସିଲିଣ୍ଡରର ମୂଲ୍ୟ ୧୯୦ ଟଙ୍କା ହ୍ରାସ କରାଯାଇଛି। ବର୍ତ୍ତମାନ ଏହା ୫୮୪.୫୦ ଟଙ୍କାରେ ଉପଲବ୍ଧ ହେବ ଜ୍ଝ ଚେନ୍ନାଇରେ ସିଲିଣ୍ଡର ୭୬୧.୦୦ ତୁଳନାରେ ୫୬୯.୫୦ ଟଙ୍କାରେ ଉପଲବ୍ଧ ହେବ। ଏହି ହ୍ରାସ ଦେଶର ୧.୫ କୋଟି ଗ୍ରାହକଙ୍କୁ ଲାଭ ଦେବ।

LEAVE A REPLY

Please enter your comment!
Please enter your name here