Spread the love

ନୂଆଦିଲ୍ଲୀ : ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବ । ନୂଆଦିଲ୍ଲୀରୁ ମସ୍କୋ ଯାଉଥିବା ଏୟାର ଇଣ୍ଡିଆ ଫ୍ଲାଇଟର ପାଇଲଟ କରୋନା ସଂକ୍ରମିତ ବୋଲି ଜଣା ପଡ଼ିିବା ପରେ ଅଧା ବାଟରୁ ଫ୍ଲାଇଟକୁ ଭାରତ ଫେରାଇ ଅଣାଯାଇଛି । ତେବେ କିଭଳି ଭାବେ ଜଣେ ସଂକ୍ରମିତ ପାଇଲଟ ବିନା ବାରଣରେ ଗଲେ ସେନେଇ ତଦନ୍ତ କରିବାକୁ ଡ଼ିଜିସିଏ ନିଦେ୍ର୍ଦଶ ଦେଇଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କୋଭିଡ-୧୯ÿ ପରୀକ୍ଷା ଲାଗି ସ୍ୱାବ ଦେଇଥିବା ଜଣେ ପାଇଲଟ କିଭିଳି ଭାବେ ପ୍ଲାଇଟ ଚଳାଇବାକୁ ଆସିଲେ ସେନେଇ ତଥାଭିଜ୍ଞ ମହଲରେ ନାନା ପଶ୍ନ ଉଠିଛି । ଏୟାର ଇଣ୍ଡିଆର ଏ ୩୨୦ଏନ.ଇ.ଓ ର ପାଇଲଟ ଉଡାଣ ଭରିବାର ବେଶ କିଛି ସମୟ ପରେ କର୍ମଚାରୀମାନଙ୍କୁ ଏ ଖବର ଜଣାପଡ଼ିଥିଲା । ତେବେ ସେତେବେଳକୁ ବିମାନଟି ଅଧା ଅକାଶରେ ଥିଲା । ପରେ ପାଇଲଟଙ୍କୁ ତୁରନ୍ତ ବିମାନକୁ ଭାରତ ଫେରାଇ ଆଣିବାକୁ ଡିଜିସିଏ ପକ୍ଷରୁ ନିଦେ୍ର୍ଦଶ ଦିଆଯାଇଥିଲା ।

LEAVE A REPLY

Please enter your comment!
Please enter your name here