Spread the love

ଭୁବନେଶ୍ୱର
ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତର ରୂପ ନେଇଛି । ଏହା ଆଜି ସଂନ୍ଧ୍ୟା ୫ଟା ୩୦ ସୁଦ୍ଧା ସାମୁଦ୍ରିକ ଝଡର ରୂପ ନେବାର ସମ୍ଭାବନା ରହିଛି । ଆଗାମୀ ୨୪ ଘଣ୍ଟା ମଧ୍ୟରେ ସିଭିୟର ସାଇକ୍ଲୋନର ରୂପ ନେବ । ଏହା ଏବେ ପାରାଦ୍ୱୀପ ଠାରୁ ୧୧୦୦ କିମି, ପଶ୍ଚିମବଙ୍ଗ ଦିଘାଠୁ ୧୨୫୦ ଏବଂ ବାଂଲାଦେଶ ଠାରୁ ୧୩୩୦ କିମି ଦୂରରେ ରହିଛି । ଏହା ରବିବାର ସନ୍ଧ୍ୟା ପରେ ଉତ୍ତର-ପୂର୍ବ ଦିଗକୁ ଗତି କରିବ । ଏହି ବାତ୍ୟା ୧୮ରୁ ୨୦ ତାରିଖ ମଧ୍ୟରେ ପଶ୍ଚିମବଙ୍ଗ ଦେଇ ଗତି କରିବ । ତେବେ ଏହା କେଉଁଠାରେ ଲ୍ୟାଣ୍ଡଫଲ କରିବ ତାହା ସ୍ପଷ୍ଟ ହୋଇନାହିଁ । ଏଥିଯୋଗୁଁ ଉତ୍ତର ପଶ୍ଚିମ ଓଡିଶା ପ୍ରଭାବିତ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here