Spread the love

ମୁମ୍ବାଇ
ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ଟ୍ୱିଟରରେ ଏକ ନୂତନ ଫଟୋ ସେୟାର କରିଛନ୍ତି । ସେ ୨୦୦୦ ମସିହାର ଏକ ପୁରୁଣା ଫଟୋକୁ ସେୟାର କରିଛନ୍ତି, ଯେଉଁଥିରେ ସେ ଲଗାନ ଅଭିନେତାମାନଙ୍କ ସହ ପୋଜ ଦେଉଥିବା ଦେଖୁବାକୁ ମିଳିଛି । ଏହି ଫଟୋରେ ଦୀପିକାଙ୍କ ପରିବାର ସଦସ୍ୟ ତାଙ୍କ ପିତା ପ୍ରକାଶ ପାଦୁକୋନ, ମାତା ଉଜ୍ଜଲା ଏବଂ ଭଉଣୀ ଅନିଶା ମଧ୍ୟ ସାମିଲ ଅଛନ୍ତି । ଦାପିକା ଫଟୋ ସେୟାର କରି ଏହା ପଛରେ ଥିବା କାହାଣୀ ମଧ୍ୟ ପ୍ରକାଶ କରିଛନ୍ତି । ସେ ୧୩ ବର୍ଷ ବୟସର ହୋଇଥିବାବେଳେ ୨୦୦୦ ମସିହା ଜାନୁଆରୀ ୧ରେ ଏହି ଫଟୋ ଉଠାଇଥିଲେ ।