Spread the love

ଭୁବନେଶ୍ୱର : ବଙ୍ଗୋପସାଗର ରେ ସୃଷ୍ଟି ହୋଇଥିବା ମହାବାତ୍ୟା ଅମ୍ପନ ଗତ କାଲି ରାତିରୁ ଓଡ଼ିଶାରେ ତା’ର ପ୍ରକୋପ ଆରମ୍ଭ କରିଥିବା ବେଳେ ପାରାଦୀପରେ ଏବେ ୯୦ କିଲୋମିଟର ବେଗରେ ପବନ ବହିବା ଆରମ୍ଭ କରିଛି । କେନ୍ଦ୍ରାପଡ଼ା ଜିଲ୍ଲା ସାତଭାୟାର କୋଇଲି ବେହେରା (୫୭) ଙ୍କର ବାତ୍ୟାରେ ଘରେ ଥିବା ବେଳେ ମୃତ୍ୟୁ ହୋଇଥିବା ବିଜେପି ନେତା ବୈଜୟନ୍ତ ପଣ୍ଡା ଏକ ଟ୍ୱିଟରେ ଉଲ୍ଲେଖ କରିଛନ୍ତି । ତେବେ ଏ ସଂପର୍କରେ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ କିଛି କୁହାଯାଇ ନାହିଁ । ଏଥିସହ ବାଲେଶ୍ୱର , ଭଦ୍ରକ ଓ କେନ୍ଦ୍ରାପଡ଼ାରେ କେତେକ ସ୍ଥାନରେ ଗଛ ଉପୁଡ଼ି ପଡ଼ିଥିବା ବେଳେ ମୋଟ ୧ଲକ୍ଷ ୩୦ ଜହାରରୁ ଅଧିକ ଲୋକଙ୍କୁ ବିଭିନ୍ନ ନିରାପଦ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି । କେନ୍ଦ୍ରାପଡ଼ା, ଜଗତସିଂହପୁର , ବାଲେଶ୍ୱର, ଭଦ୍ରକ ସହ ପୁରୀ ଜିଲ୍ଲାର ବହୁ ସ୍ଥାନରେ ବିଦ୍ୟୁତ ସରବରାହକୁ ବନ୍ଦ କରାଯାଇଥିବା ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି । ରାତି ତମାମ ସ୍ୱତନ୍ତ୍ର ରିଲଫ କମିଶନର ପ୍ରଦୀପ ଜେନା ତାଙ୍କ କାର୍ଯ୍ୟାଳୟରେ ବସି ସ୍ଥିତିର ସମୀକ୍ଷା କରିଛନ୍ତି । ଏଥିସହ ଯେଭଳି ଭାବେ ରାଜ୍ୟରେ ଏହି ବାତ୍ୟାରେ କାହାରି ଜୀବନ ହାନୀ ନଘଟେ ସେନେଇ ପ୍ରଶାସନ ପକ୍ଷରୁ ସଂପୂର୍ଣ୍ଣ ଉଦ୍ୟମ ଜାରି ରହିଥିବା ସେ ସୂଚନା ଦେଇଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଭାରତୀୟ ପାଣି ପାଗ ବିଭାଗ ପକ୍ଷରୁ ପୂର୍ବରୁ ଅମ୍ପନର ଗତିକୁ ନେଇ ଯେଉଁ ପୂର୍ବାନୁମାନ କରାଯାଇଥିବଲା ତାହା ସଂପୂର୍ଣ୍ଣ ଭାବେ ଠିକ୍ ଥିବା ଜଣା ପଡ଼ିଛି । ଅପରାହ୍ନ କିମ୍ବା ସନ୍ଧ୍ୟାରେ ଅମ୍ପନ ସୁନ୍ଦରବଣଠାରେ ସ୍ଥଳଭାଗକୁ ଛୁଇଁବ ବୋଲି ଯେଉଁ ପୂର୍ବାନୁମାନ କରାଯାଇଥିଲା ତାହାକୁ ଆମେରୀକାସ୍ଥିତ ଏକ ସଂସ୍ଥା ମଧ୍ୟ ସ୍ଫଷ୍ଟ କରିଛି । ତେବେ ଏହି ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ଅମ୍ପନରେ କୌଣସି ସ୍ଥାନରେ ସେଭଳି କିଛି ଅଘଟଣ ଘଟିନଥିବା ଜଣା ପଡ଼ିଛି । ସମୁଦ୍ରରେ ଉଚ୍ଚ ଜୁଆର ଆସୁଥିବା ବେଳେ ସମୁଦ୍ର ଉପକୂକକୁ ଖାଲି କରାଯାଇଛି । ତେବେ ଅମ୍ପନର ତାଣ୍ଡବ ପଶ୍ଚିମବଙ୍ଗର କଲିକତା , ଚବିଶପ୍ରଗଣା ସହ ବାଂଲାଦେଶବାସୀଙ୍କୁ ଅଧିକ ପ୍ରଭାବିତ କରିଛି ।

LEAVE A REPLY

Please enter your comment!
Please enter your name here