Spread the love

ନୂଆଦିଲ୍ଲୀ : ବୁଧବାର ଓଡ଼ିଶା , ପଶ୍ଚିମବଙ୍ଗ ଓ ବାଂଲାଦେଶରେ ତାଣ୍ଡବ ରଚିଥିବା ଅମ୍ପନ ବାତ୍ୟାର ନାମ କରଣ ଥାଇଲ୍ୟାଣ୍ଡ ପକ୍ଷରୁ କରାଯାଇଛି । ୨୦୦୪ ରୁ ଏହି ନାମକରଣ କରାଯାଇଛି । ସୂଚନାଯୋଗ୍ୟ ଯେ ଭାରତ ସମେତ ଏସିଆ ମହାଦେଶର ବାଂଲାଦେଶ, ମିଆଁମାର, ଥାଇଲ୍ୟାଣ୍ଡ, ପାକିସ୍ଥାନ , ଶ୍ରୀଲଙ୍କା ଓ ଓମାନକୁ ନେଇ ପ୍ରାକୃତିକ ବିପର୍ଯ୍ୟୟକୁ ସାମ୍ନା କରିବା ଲାଗି କରାଯାଇଥିବା ଏକ ଆନ୍ତଃର୍ଜାତୀୟ ଫୋରମରେ ପ୍ରତ୍ୟେକ ଦେଶ ୧୩ଟି ଲେଖାଏଁ ନାମ ପୂର୍ବରୁ ପ୍ରଦାନ କରିଥିଲେ । ଥାଇଲ୍ୟାଣ୍ଡ ପକ୍ଷରୁ ପ୍ରଦାନ କରାଯାଇଥିବା ଅମ୍ପନର ଅର୍ଥ ଆକାଶ । ତଦନୁସାରେ ଏହି ବାତ୍ୟାକୁ ଅମ୍ପନ ନାମକରଣ କରାଯାଇଥିବା ବେଳେ ପୂର୍ବରୁ ତିତିଲି ବାତ୍ୟାର ନାମକରଣ ପାକିସ୍ଥାନ ଦ୍ୱାରା ପ୍ରଦାନ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here