Spread the love

ଭୁବନେଶ୍ୱର: ସାମୁଦ୍ରିକ ବାତ୍ୟା ‘ଅମ୍ଫାନ’ ଥମିଲା ପରେ ରାଜ୍ୟରେ ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ ଆକଳନ ଆରମ୍ଭ ହୋଇଛି । ଏ ସମ୍ପର୍କରେ କେନ୍ଦ୍ର କ୍ୟାବିନେଟ ସଚିବ ରାଜୀବ ଗୌବାଙ୍କ ସହ ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଗୁରୁବାର ଭିଡ଼ିଓ କନଫରେନ୍ସିଂ ଦ୍ୱାରା ଆଲୋଚନା କରିଛନ୍ତି । ରାଜ୍ୟରେ ଏକ ଲକ୍ଷ ହେକ୍ଟର ଜମିର ଫସଲ ନଷ୍ଟ ହୋଇଛି ବୋଲି ପ୍ରାଥମିକ ଭାବେ ଆକଳନ କରାଯାଇଛି । ମୋଟ ୮୯ଟି ବ୍ଲକର ୧୫୦୦ ପଞ୍ଚାୟତର ୪୪ଲକ୍ଷ ୮୦ ହଜାର ଲୋକ ପ୍ରଭାବିତ ହୋଇଛନ୍ତି । ୨ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା । ଗୁରୁବାର ସନ୍ଧ୍ୟା ସୁଦ୍ଧା ୮୦ ପ୍ରତିଶତ ବିଦୁ୍ୟତ ପୁନଃସଂଯୋଗ କରାଯିବ ବୋଲି ଆଲୋଚନା ବେଳେ ମୁଖ୍ୟ ସଚିବ ସୁଚନା ଦେଇଥିଲେ ।

LEAVE A REPLY

Please enter your comment!
Please enter your name here