Spread the love

ନୂଆଦିଲ୍ଲୀ: କେନ୍ଦ୍ରୀୟ ପୋଲିସ କଲ୍ୟାଣ ଭଣ୍ଡାର (କେପିକେବି)ରେ ଆଜିଠାରୁ ଆଉ ମିଳିବନି କୋଲଗେଟ ପେଷ୍ଟ, କାଡବରୀ ଚକଲେଟ ପରି ହଜାରେରୁ ଅଧିକ ବିଦେଶି ସାମଗ୍ରୀ । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏ ସମ୍ପର୍କରେ ନିଦେ୍ର୍ଦଶ ଦେବା ପରେ କେପିକେବିରେ ଏହାକୁ ଆଜିଠାରୁ ଲାଗୁ କରାଯାଇଛି । ଏଥିପାଇଁ ସାମଗ୍ରୀ ଗୁଡ଼ିକୁ ୩ ଶ୍ରେଣୀରେ ବିଭକ୍ତ କରାଯାଇଛି । ପ୍ରଥମ ଶ୍ରେଣୀରେ ଅଛନ୍ତି ସମ୍ପୁର୍ଣ୍ଣ ଭାରତ ତିଆରି ସାମଗ୍ରୀ । ଦ୍ୱିତୀୟରେ ଅଛି ବିଦେଶରୁ କଞ୍ଚାମାଲ ମଗାଇ ଭାରତରେ ତିଆରି କରାଯାଉଥିବା ସାମଗ୍ରୀ ଓ ଶେଷରେ ଅଛି ସମ୍ପୁର୍ଣ୍ଣ ବିଦେଶି ସାମଗ୍ରୀ । ଏବେ କେପିକେବି କ୍ୟାଣ୍ଟିନରେ କେବଳ ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀର ସାମଗ୍ରୀ ମିଳିବ । ସ୍କେଚର୍ସ, ଫେରେରୋ, ରେଡ ବୁଲ, ଭିକ୍ଟୋରିନୋକ୍ସ, ସାଫିଲୋ ଭଳି ସଂସ୍ଥା ଯେଉଁ ଗୁଡ଼ିକ ସମ୍ପୁର୍ଣ୍ଣ ଭାବେ ବିଦେଶି ସାମଗ୍ରୀ ଆମଦାନୀ କରୁଛନ୍ତି ସେମାନଙ୍କୁ କେପିକେବି ଅଣ ତାଲିକାଭୁକ୍ତ କରିଛି । ଯେଉଁମାନେ କେବଳ ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀର ସାମଗ୍ରୀ କାରବାର କରୁଛନ୍ତି ସେଇ ସଂସ୍ଥାଙ୍କୁ ଯୋଗାଣକାରୀ ତାଲିକାରେ ରଖାଯିବ ବୋଲି କେପିକେବି ପକ୍ଷରୁ କୁହାଯାଇଛି । କେପିକେବି ସିଆରପିଏଫ, ବିଏସଏଫ, ଆଇଟିବିପି, ସିଆଇଏସଏଫ, ଏସଏସବି, ଏନଏସଜି ଓ ଆସାମ ରାଇଫଲ୍ସରେ କାର୍ଯ୍ୟରତ ୧୦ ଲକ୍ଷରୁ ଅଧିକ ସଦସ୍ୟ ଓ ସେମାନଙ୍କର ପରିବାରକୁ ସାମଗ୍ରୀ ଯୋଗାଣ କରିଥାଏ ।

LEAVE A REPLY

Please enter your comment!
Please enter your name here