Spread the love

ଭୁବନେଶ୍ୱର
ମହାବାତ୍ୟା ଅମ୍ଫାନ ସମୁଦ୍ର ମଧ୍ୟରରେ ଧିରେ ଧିରେ ଦୁର୍ବଳ ହୋଇଯିବ ଏବଂ ଓଡିଶା ଉପରେ ତାହାର ସେତେ ପ୍ରଭାବ ପଡିବ ନାହିଁ । ତେବେ ଭଦ୍ରକ, ବାଲେଶ୍ୱର,କେନ୍ଦ୍ରାପଡା, ଜଗତସିଂହପୁର ଅମ୍ପାନର ପ୍ରଭାବ ରହିବ ଏବଂ ବୁଧବାର ଠାରୁ ଉକ୍ତ ଜିଲ୍ଲା ଗୁଡିକରେ ପ୍ରବଳ ବର୍ଷା ହେବ । ଏହା ସହିତ ବାଲେଶ୍ୱର ଏବଂ ଭଦ୍ରକରେ ୧୧୦-୧୨୦ କିମି ଭିତର ପବନ ବୋହିବ । ଭାରତୀୟ ପାଣିପାଗ ବିଭାଗ(ଆଇଏମଡି)ର ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଅମ୍ଫାନ ୬ ଘଣ୍ଟା ମଧ୍ୟରେ ଦୁର୍ବଳ ହୋଇ ଏକ୍ସଟ୍ରିମ ସିଭିୟର ସାଇକ୍ଲୋନରେ ପରିଣତ ହେବ । ପରେ ଏହା ଉଗ୍ର ରୂପ ଧାରଣ କରି ଉତ୍ତରପୂର୍ବ ଦିଗକୁ ଗତି କରିବ । ଏହା ଏବେ ପାରାଦ୍ୱୀପ ଠାରୁ ୫୨୦ କିମି ଦୂରରେ ଏବଂ ଦୀଘା ଠାରୁ ୬୭୦ କିମି ଦୂରରେ ରହିଛି । ଏହା ଅତି ଉଗ୍ର ରୂପ ଧାରଣ କରି ବୁଧବାର ଅପରାହ୍ଣରୁ ସନ୍ଧ୍ୟା ଭିତରେ ଦୀଘା-ହତିଆ ଉପକୂଳ ଛୁଇଁବ ।

LEAVE A REPLY

Please enter your comment!
Please enter your name here