Spread the love

ନୂଆଦିଲ୍ଲୀ
ଭାରତୀୟ କ୍ରିକେଟ ଟିମର ପୂର୍ବତନ ବାମହାତି ବ୍ୟାଟସମ୍ୟାନ ଗୌତମ ଗମ୍ଭୀର ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି)ର ର‌୍ୟାଙ୍କିଂକୁ ନେଇ ପ୍ରଶ୍ନ ଉଠାଇଛନ୍ତି । କେଉଁ ଆଧାରରେ ଅଷ୍ଟ୍ରେଲିଆକୁ ଟେଷ୍ଟରେ ଏକ ନଂ ର‌୍ୟାଙ୍କ ପ୍ରଦାନ କରାଗଲା ବୋଲି ସେ ପ୍ରଶ୍ନ କରିଛନ୍ତି । ସେ କହିଛନ୍ତି ଯେ ଭାରତ କିଛି ମାସ ହେଲା ଟେଷ୍ଟ କ୍ରିକେଟରେ ଭଲ ପ୍ରଦର୍ଶନ କରିଛି । ଟିମ ବିଦେଶରେ ବିଶେଷ କରି ଅଷ୍ଟ୍ରେଲିଆରେ ବିଜୟ ହାସଲ କରିଛିା ଭାରତୀୟ ଉପ ମହାଦେଶରେ ଅଷ୍ଟ୍ରେଲିଆ ଖରାପ ପ୍ରଦର୍ଶନ କରିଥିଲେ ମଧ୍ୟ କେଉଁ ଆଧାରରେ ତାହାକୁ ନଂ ର‌୍ୟାଙ୍କ ଦିଆଗଲା । ଭାରତ ୪୨ମାସ ହେଲା ଆଇସିସ ଟେଷ୍ଟ ର‌୍ୟାଙ୍କିଂର ଶୀର୍ଷରେ ରହିିିଥିଲା । କିନ୍ତୁ ଚଳିତ ମାସ ପ୍ରାରମ୍ଭରେ ଆଇସିସି ନୂଆ ନିୟମ ଅନୁଯାୟୀ ର‌୍ୟାଙ୍କିଂରେ ପରିବର୍ତ୍ତନ କରିବାରୁ ଭାରତ ୩ୟ ସ୍ଥାନରେ ପହଞ୍ଚିଗଲା ଏବଂ ଅଷ୍ଟ୍ରେଲିଆ ଶୀର୍ଷକୁ ଆସିଗଲା । ସୂଚନାଯୋଗ୍ୟ ଯେ ଆଇସିସି ୨୦୧୬-୧୭ରେ ଏହି ଏହି ର‌୍ୟାଙ୍କି ଂ ବ୍ୟବସ୍ଥାକୁ ହଟାଇ ଦେଇଥିଲା । ଏହି ପଏଣ୍ଟ ଏବଂ ର‌୍ୟାଙ୍କିଂ ବ୍ୟବସ୍ଥା ଉପରେ ମୋର ଭରଷା ନାହିଁ ବୋଲି ଗମ୍ଭୀର କହିଛନ୍ତି ।

LEAVE A REPLY

Please enter your comment!
Please enter your name here