Spread the love

ନୂଆଦିଲ୍ଲୀ : ଜଣେ ଆଇ.ଏ.ଏଫ ଅଫିସରଙ୍କୁ ଇଣ୍ଟରନେଟ ମାଧ୍ୟମରେ ଠକମାନେ ୭୫ହଜାର ଟଙ୍କା ଠକି ନେଇଛନ୍ତି । ୟୁ.ପି.ଆଇ ମାଧ୍ୟମରେ ଟଙ୍କା ଦେଣନେଣକୁ ନେଇ ଏହି ଠକେଇ ହୋଇଛି । ସଂପୃକ୍ତ ଅଫିସର ଜଣଙ୍କ ନିଜର କିଛି ଫର୍ଣ୍ଣିଚର ବିକ୍ରି ପାଇଁ ଇଣ୍ଟରନେଟରେ ବିଜ୍ଞାପନ ଦେଇଥିଲେ । ଠକ ଜଣକ ସି.ଆଇ.ଏସ.ଏଫ ରେ ଚାକିରି କରୁଥିବା ଓ ଗାଁରେ ରହୁଥିବାରୁ ସିଧାସଳଖ ଆସି ଟଙ୍କା ଦେବା ଅସମ୍ଭବ ବୋଲି କହିବାରୁ ୟୁ.ପି.ଆଇ ମାଧ୍ୟମରେ ଟଙ୍କା ପ୍ରଦାନ ପାଇଁ ଅଫିସର ଜଣକ ରାଜି ହୋଇଥିଲେ । ତେବେ କିଭିଳି ଟଙ୍କା ପାଇବେ ତାହା ଜାଣି ନଥିବା ଅଫିସର ଜଣକ ଠକ ପଠାଇଥିବା ଏକ ଲିଙ୍କରେ କ୍ଲିକ କରିଦେବାରୁ ତାଙ୍କ ଆକାଉଣ୍ଟରେ ଥିବା ୭୫ହଜାର ଟଙ୍କା ଗାଏବ ହୋଇ ଯାଇଥିଲା ।

LEAVE A REPLY

Please enter your comment!
Please enter your name here