Spread the love

ଭୁବନେଶ୍ୱର: ସୋମବାରୂ ସନ୍ଧ୍ୟା ରାଜ୍ୟରେ ଆଉ ୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୬୯ରେ ପହଞ୍ଚିଛି । ସୋମବାର ଚିହ୍ନଟଙ୍କ ମଧ୍ୟରୁ ୪ଜଣ ଯାଜପୁରର ବାସିନ୍ଦା ହୋଇଥିବା ବେଳେ ୨ଜଣ ଭଦ୍ରକର ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହାଫଳରେ ଯାଜପୁର ଜିଲ୍ଲାରେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୫୨ରେ ପହଞ୍ଚିଥିବା ସହ ଭଦ୍ରକର କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୨୧ରେ ପହଂଚିଛି । ଭଦ୍ରକରେ ଚିହ୍ନଟ ହୋଇଥିବା ଆକ୍ରାନ୍ତ ବାସୁଦେବପୁର ଏବଂ ଧାମନଗର ବ୍ଲକର ଏବଂ ଦୁଇ ଆକ୍ରାନ୍ତ ପଶ୍ଚିମବଙ୍ଗରୁ ଫେରିଥିଲେ ବୋଲି ସୂଚନା ଦେଇଛନ୍ତି ଭଦ୍ରକର ଜିଲ୍ଲା ପ୍ରଶାସନ ।
ରବିବାର ରାତିରେ ସୁନ୍ଦରଗଡ଼ର ଜଣେ ୨୯ବର୍ଷୀୟା ମହିଳା କରୋନା ସଂକ୍ରମିତ ହୋଇଥିବା ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସରୋଜ କୁମାର ମିଶ୍ର କହିଛନ୍ତି । ଫଳରେ ସୁନ୍ଦରଗଡ଼ରେ ଆକ୍ରାନ୍ତଙ୍କ ସଂଖ୍ୟା ୧୧ରେ ପହଞ୍ଚିଛି । ସମସ୍ତ ଆକ୍ରାନ୍ତଙ୍କୁ ରାଉରକେଲା କୋଭିଡ ଡାକ୍ତରଖାନାରେ ଆବଶ୍ୟକ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଛି। ସମସ୍ତ ୪ ଜଣଙ୍କ କୋଭିଡ-୧୯ ସମ୍ପର୍କିତ କୌଣସି ଲକ୍ଷଣ ନ ଥିଲା । ରାଜ୍ୟରେ ଏବେ ୧୬୯କରୋନା ଆକ୍ରାନ୍ତ ଥିବା ବେଳେ ୬୦ଜଣ ସୁସ୍ଥ ହୋଇଛନ୍ତି ଓ ଜଣଙ୍କର ମୃତୁ୍ୟ ହୋଇଛି ।

LEAVE A REPLY

Please enter your comment!
Please enter your name here