Spread the love

ଭୁବନେଶ୍ୱର: ମଙ୍ଗଳବାର ୮ ନୁଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ରାଜ୍ୟରେ ରୋଗୀଙ୍କ ସଂଖ୍ୟା ୧୧୮କୁ ବୃଦ୍ଧି ପାଇଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଭଦ୍ରକର ୩ଜଣ ଓ ରାଉରକେଲାର ୪ଜଣ ଅଛନ୍ତି । ଭଦ୍ରକର ସମସ୍ତ ଆକ୍ରାନ୍ତ ପୁରୁଷ ଓ ସେମାନେ କୋଲକତା ଫେରନ୍ତା ବୋଲି ସରକାରୀ ଭାବେ କୁହାଯାଇଛି । ସେହିପରି ରାଉରକେଲା ନାଲାସାହିର ଆକ୍ରାନ୍ତଙ୍କ ମଧ୍ୟରୁ ଦୁଇଜଣ ପୁରୁଷ ଓ ଦୁଇଜଣ ମହିଳା ଅଛନ୍ତି । ଭଦ୍ରକ ଆକ୍ରାନ୍ତଙ୍କ ବୟସ ଯଥାକ୍ରମେ ୪୫, ୨୮ ଓ ୨୯ ହୋଇଥିଲା ବେଳେ ରାଉରକେଲା ଆକ୍ରାନ୍ତଙ୍କ ମଧ୍ୟରୁ ପୁରୁଷଙ୍କ ବୟସ ୩୮, ୨୭ ହୋଇଥିଲା ବେଳେ ମହିଳାଙ୍କ ବୟସ ୫୫ ଓ ୩୫ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି । ଭଦ୍ରକ ଆକ୍ରାନ୍ତ ଥିଲା ବେଳେ ରାଉରକେଲା ଆକ୍ରାନ୍ତ କିପରି ସଂକ୍ରମିତ ହେଲେ ତାହା ସ୍ପଷ୍ଟ ହୋଇନାହିଁ । ଏମାନେ କୁଆଡ଼େ ଯାଇଥିଲେ ଓ କେଉଁମାନଙ୍କ ସଂସ୍ପର୍ଶରେ ଆସିଥିଲେ ସେସବୁ ତଥ୍ୟ ହାସଲ ଲାଗି କଣ୍ଟ୍ରାକ୍ଟ ଟ୍ରେସିଂ ଚାଲିଥିବା ସୂଚନା ଦିଆଯାଇଛି । ରାଉରକେଲା ନାଲା ରୋଡରୁ ଆଉ ଚାରି କରୋନା ପଜିଟିଭ ଚିହ୍ନଟ ହେବା ପରେ ସେକ୍ଟର ୧୮ ମାର୍କେଟକୁ ପ୍ରଶାସନ ସିଲ କରିଛି । ସୁରକ୍ଷା ପାଇଁ ଚାରି ପ୍ଲାଟୁନ ଫୋର୍ସ ମୁତୟନ ହୋଇଛି। ଏହାକୁ ମିଶାଇ ସୁନ୍ଦରଗଡ଼ର କରୋନା ପଜିଟିଭ ସଂଖ୍ୟା ୧୦ରେ ପହଞ୍ଚିଛି କ୍ଷ ଏଥିରୁ ତିନି ସୁସ୍ଥ ହୋଇ ଫେରିଛନ୍ତି କ୍ଷ କଣ୍ଟେନମେଣ୍ଟ ଅଞ୍ଚଳରେ ଅତ୍ୟାବଶ୍ୟକ ସାମଗ୍ରୀର ଯୋଗାଣ ବ୍ୟତୀତ ଅନ୍ୟ ସମସ୍ୟା ତଦାରଖ କରିବା ଲାଗି ରାଉରକେଲା ଅତିରିକ୍ତ ତହସିଲଦାର ଅଭିଜିତ ମହନ୍ତ (ଫୋନ୍ ନଂ – ୮୭୬୩୩୪୩୪୮୪) ଙ୍କୁ ଦାୟିତ୍ୱ ଦିଆଯାଇଛି। ତାଙ୍କୁ ସହଯୋଗ କରିବା ଲାଗି ଲକ୍ଷ୍ମଣ କୁମାର ମୁର୍ମୁ ( ଫୋନ ନଂ – ୯୬୬୮୬୮୭୨୯୨) ଓ ସାରଙ୍ଗ ଶୋଭନ ପଟେଲ (ଫୋନ ନଂ – ୮୮୯୫୭୯୦୯୩୭)ଙ୍କୁ ନିଯୁକ୍ତି ଦିଆଯାଇଛି । । ଏମାନେ ଔଷଧପତ୍ର, ସ୍ୱାସ୍ଥ୍ୟଗତ ସମସ୍ୟା ଏବଂ ଅନ୍ୟ ସେହିପରି କିଛି ସମସ୍ୟା ସଂପର୍କରେ ତଦାରଖ କରିବେ। ରାଉରକେଲା ସ୍ମାର୍ଟ ସିଟି ଲିମିଟେଡର ଜେନେରାଲ ମ୍ୟାନେଜର (ଅପରେସନ୍ସ) ସଂଜୟ କୁମାର ନନ୍ଦ (ଫୋନ ନଂ -୯୪୩୭୦୯୨୭୨୧ ) ଓ ରାଉରକେଲା ଅତିରିକ୍ତ ଯୋଗାଣ ଅଧିକାରୀ (ଫୋନ ନଂ – ୯୦୭୮୦୬୪୩୫୪)ଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣର ମୁଖ୍ୟ ତଦାରଖ ଦାୟିତ୍ୱ ଦିଆଯାଇଛି।ସେହିପରି କଣ୍ଟେନମେଣ୍ଟ ଜୋନ ପାଇଁ ସ୍ୱତନ୍ତ୍ର ହେଲ୍ପ ଲାଇନ୍ ଖୋଲାଯାଇଛି। ହେଲ୍ପ ଲାଇନ ନମ୍ବର ହେଲା ୯୪୩୯୯୯୯୯୪୨ ଓ ୯୭୭୭୫୭୮୭୫୮। କଣ୍ଟେନମେଣ୍ଟ ଜୋନର ଜନସାଧାରଣ ବିଶେଷ ଅସୁବିଧା ହେଲେ ଏହି ନମ୍ବରରେ ଫୋନ କରିବାକୁ ପରାମର୍ଶ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here