Spread the love

କଟକ
ଆଜି ଠାରୁ ଐତିହ ସହର କଟକରେ ମଦର ହୋମ ଡେଲିଭରୀ ଆରମ୍ଭ ହେଉଛି । ସରକାରଙ୍କ ନିଷ୍ପତ୍ତିକୁ ନେଇ ଚାଲିଥିବା ଟଣାଓଟରା ଶେଷ ହୋଇଛି ଏବଂ ଘରେ ମଦ ପହଞ୍ଚାଇବା ଲାଗି କଟକ ଜିଲ୍ଲା ବିଦେଶୀ ମଦ ଦୋକାନୀ ବ୍ୟବସାୟୀ ସଂଘ ରାଜି ହୋଇଛି । କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀଙ୍କ ସହ ଆଲୋଚନା କରିବା ପରେ ସଂଘ ଏହି ନିଷ୍ପତ୍ତି ନେଇଛି । ତେବେ ଜମାଟୋ କିମ୍ବା ସ୍ୱିଗ ପରିବର୍ତ୍ତେ ଦୋକାନୀଙ୍କ ଦ୍ୱାରା ନିୟୁକ୍ତ ବ୍ୟକ୍ତି ଘରେ ନେଇ ମଦ ପହଞ୍ଚାଇବେ । ସୋମବାର ସକାଳ ୭ଟାରୁ ୧ଟା ସୁଦ୍ଧା ଗ୍ରାହକ ମଦ ଅର୍ଡର କରିପାରିବେ ଏବଂ ପରେ ୧ଟାରୁ ସନ୍ଧ୍ୟା ୬ଟା ଭିତରେ ମଦ ଡେଲିଭରି କରାଯିବ ବୋଲି ସଂଘ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।

LEAVE A REPLY

Please enter your comment!
Please enter your name here