Spread the love

ଭୁବନେଶ୍ୱର
ପୁଣିଥରେ ଆଜି ଠାରୁ ରାଜଧାନୀରେ ମୋ ସାଇକେଲ ଗଡିବ । ଲୋକଙ୍କ ଅନୁରୋଧକୁ ରକ୍ଷା କରି ସରକାର ଏହି ସେବା ଆରମ୍ଭ କରିବାକୁ କ୍ରୁଟକୁ ଅନୁମତି ଦେଇଛନ୍ତି । ଏଥିପାଇଁ ସାଇକେଲକୁ ସାନିଟାଇଜ କରାଯାଇଛି ଏବଂ ଏହାକୁ ଚଲାଇବା ବେଳେ ମାସ୍କ ଏବଂ ଗ୍ଲୋବ୍ସ ପିନ୍ଧିବା ଜରୁରୀ କରାଯାଇଛି । ତେବେ ଲୋକେ ୩୦ ମିନିଟ ଯାଏଁ ମାଗଣା ସାଇକେଲ ଚଲାଇପାରିବେ । ଜୁନ ୩୦ ଯାଏଁ ଲୋକଙ୍କୁ ଏହି ସୁବିଧା ମିଳିବ । ଲୋକେ ଦିନକୁ ଅନେକ ଥର ଏହି ସୁବିଧା ଉଠାଇପାରିବେ । ତେବେ ୩୦ ମିନିଟରୁ ଅଧିକ ସମୟ ପର୍ଯ୍ୟନ୍ତ ସାଇକେଲ ଚଲାଇଲେ ଭଡା ଦେବାକୁ ପଡିବ ।

LEAVE A REPLY

Please enter your comment!
Please enter your name here