Spread the love

ଭୁବନେଶ୍ୱର
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ୪ଟା ସମୟରେ ବାତ୍ୟା ଅମ୍ଫାନକୁ ନେଇ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିବେ । ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଏବଂ ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୁପକ୍ଷ(ଏନଡିଆରଏଫ)ଙ୍କ ସହ ଭିଡିଓ କନଫରେନ୍ସି ଯୋଗେ ପ୍ରଧାନମନ୍ତ୍ରୀ ଏହି ବୈଠକ କରିି ସ୍ଥିତି ସମ୍ପର୍କରେ ଅନୁଧ୍ୟାନ କରିବେ । ସେ ଏଥିରେ ବାତ୍ୟାକୁ ନେଇ ହୋଇଥିବା ପ୍ରସ୍ତୁତି ଉପରେ ମଧ୍ୟ ଚର୍ଚ୍ଚା କରିବେ । ସୂଚନାଯୋଗ୍ୟ ଯେ ଏହା ପୂର୍ବରୁ ସ୍ୱରଷ୍ଟ୍ର ମନ୍ତ୍ରଣାଳୟ ବାତ୍ୟାକୁ ନେଇ ଓଡିଶା ଏବଂ ପଶ୍ଚିମବଙ୍ଗ ସରକାରଙ୍କୁ ସତର୍କ ସୂଚନା ଜାରି କରିଥିଲା ।

LEAVE A REPLY

Please enter your comment!
Please enter your name here