Spread the love

ଭୁବନେଶ୍ୱର
ବାତ୍ୟା ଅମ୍ପାନ ଦ୍ୱାରା ପ୍ରଭାବିତ ହୋଇଥିବ ଅଞ୍ଚଳ ଗୁଡିକର ସ୍ଥିତି ପରିଖିବା ଲାଗି ପ୍ରଧାନମନ୍ତ୍ରୀ ନେରେନ୍ଦ୍ର ମୋଦି ଆଜି ଓଡିଶା ଗସ୍ତରେ ଆସୁଛନ୍ତି । ସେ ଆକାଶ ମାର୍ଗରୁ ବାତ୍ୟା ପ୍ରଭାବିତ ଅଞ୍ଚଳ ବୁଲି ଦେଖିବା ସହ ସମୀକ୍ଷା ବୈଠକ ମଧ୍ୟ କରିବେ । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି । ପ୍ରଧାନମନ୍ତ୍ରୀଙ୍କ ସହ ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ପ୍ରତାପ ଷଡଙ୍ଗୀ ମଧ୍ୟ ଉପସ୍ଥିତ ରହିବେ । ସୂଚନା ଅନୁଯାୟୀ ପ୍ରଧାନମନ୍ତ୍ରୀ ଆଜି ୨ଟା ୫୦ରେ ଭୁବନେଶ୍ୱର ବିମାନବନ୍ଦରେ ପହଞ୍ଚିବେ ଏବଂ ସେଠାରୁ ୨ଟା ୫୫ ମିନିଟରେ ଏମଅ୍ଧବ ହେଲିକପ୍ଟରରେ ଯାଇ ବାତ୍ୟା ପ୍ରଭାବିତ ଅଞ୍ଚଳ ଗସ୍ତ କରିବେ । ପରେ ୪ଟା ୫୫ରେ ଭୁବନେଶ୍ୱର ଫେରି ୫ଟାର ôୁ ୬ଟା ଯାଏଁ ସମୀକ୍ଷା ବୈଠକ କରିବେ । ପରେ ସନ୍ଧ୍ୟା ୬ଟା୧୫ରେ ସେ ଦିଲ୍ଲୀ ଫେରିଯିବେ ।

LEAVE A REPLY

Please enter your comment!
Please enter your name here