Spread the love

ଭୁବନେଶ୍ୱର : ସ୍ଥାନୀୟ ଆମରୀ ହାସପାତାଳକୁ ଚିକିତ୍ସା ଲାଗି ବାଲେଶ୍ୱରରୁ ଆସିଥିବା ଜଣେ ରୋଗୀଙ୍କୁ କରୋନା ଚିହ୍ନଟ ହେବାପରେ ସମଗ୍ର ଡାକ୍ତରଖାନାରେ ଆତଙ୍କ ଖେଳିଯାଇଛି । ସନେ୍ଦହରେ ସଂପୃକ୍ତ ରୋଗୀଙ୍କର କରୋନା ପରୀକ୍ଷା କରିବାକୁ ଡାକ୍ତର ପରାମର୍ଶ ଦେଇଥିଲେ । ସେ ଉକ୍ତ ହସପିଟାଲର ନ୍ୟୁରୋଲଜି ବିଭାଗରେ ଚିକିତ୍ସା ହେବା ପାଇଁ ଆସିଥିଲେ । ତେବେ ତାଙ୍କର କରୋନା ସଂକ୍ରମଣ ଚିହ୍ନଟ ହେବା ପରେ ସଂପୃକ୍ତ ରୋଗୀଙ୍କୁ ଚିକିତ୍ସା କରିଥିବା ଡାକ୍ତର ଓ ତାଙ୍କର କେତେକ ସହକର୍ମୀଙ୍କୁ କ୍ୱାରଣ୍ଟାଇନରେ ରହିବା ଲାଗି ନିଦେ୍ର୍ଦଶ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here