Spread the love

ବିଶ୍ୱର ସର୍ବଶ୍ରେଷ୍ଠ ଦେଶ ଭାବେ ଜଣାଶୁଣା ଆମେରିକାର ଏକ ମାଂସ ଫ୍ୟାକ୍ଟି୍ରରୁ ଲକ୍ଷାଧିକ ଲୋକଙ୍କୁ କରୋନା ସଂକ୍ରମିତ ହୋଇଥିବା ଖବର ସମଗ୍ର ଦେଶରେ ଆଲୋଡ଼ନ ସୃଷ୍ଟି କରିଛି । ଏହି ମାଂସ ଫ୍ୟାକ୍ଟ୍ରିରେ ମୋଟ ୩୭୦୦ କର୍ମଚାରୀ କାଯ୍ୟ କରନ୍ତି । ତେବେ ପ୍ରଥମେ ଏଠାରେ ୮୦ ଜଣଙ୍କୁ କରୋନା ହୋଇଥିଲା । ସେମାନେ ପ୍ୟାକେଟ କରୁଥିବା ମାଂସର ସଂସ୍ପର୍ଶରେ ଆସି ଗ୍ରାହକମାନେ ପରେ କରୋନାରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । ଏପରିକି ଏହି ଫ୍ୟାକ୍ଟ୍ରିର ୩ହଜାରରୁ ଉଦ୍ଧ୍ୱର୍ କର୍ମଚାରୀ କରୋନା ରୋଗରେ ପିଡ଼ୀତ ହୋଇଥିବା ବେଳେ ଯେଉଁ ସବୁ ଗ୍ରାହକ ଏହି ଫ୍ୟାକ୍ଟ୍ରିର ମାଂସ ବ୍ୟବହାର କରିଥିଲେ ସେମାନେ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । ସଂପ୍ରତି ଆମେରିକାରେ ୮ ଲକ୍ଷରୁ ୭୦ ହଜାରରୁ ଉଦ୍ଧ୍ୱର୍ ଲୋକ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୫୦ ହଜାରରୁ ଉଦ୍ଧ୍ୱର୍ ଲୋକ ମୃତ୍ୟୁବରଣ କରିସାରିଛନ୍ତି ।

LEAVE A REPLY

Please enter your comment!
Please enter your name here