Spread the love

ମିନେପୋଲିସ: ଅଣ ଶ୍ୱେତାଙ୍ଗ ନାଗରିକ ଜର୍ଜ ଫ୍ଲଏଡ଼ ଜଣେ ଗୋରା ପୋଲିସ ଅଧିକାରୀଙ୍କ ଦ୍ୱାରା ନିହତ ପରେ ସମଗ୍ର ଆମେରିକା ଅଶାନ୍ତ ହୋଇଛି । ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଦେଶବ୍ୟାପୀ ପ୍ରତିବାଦ ଶୋଭାଯାତ୍ର ହୋଇଛି । କେତେକ ସ୍ଥାନରେ ହିଂସାକାଣ୍ଡ ମଧ୍ୟ ହୋଇଛି ଓ ଏଥିରେ ଜଣେ ନାବାଳକର ପ୍ରାଣ ଯାଇଥିବା ଖବର ମିଳିଛି । ସ୍ଥିତି ଅଣାୟତ ହେବାରୁ ଲସଆଞ୍ଜେଲେସ, ସିକାଗୋ, ଆଟଲାଣ୍ଟା ଓ ମିନେପୋଲିସରେ ସାନ୍ଧ୍ୟ ଆଇନ ଜାରି ହୋଇଛି । ସମ୍ପୃକ୍ତ ଗୋରା ପୋଲିସ ଅଧିକାରୀ ଡେରେକ ଚୋଭିନଙ୍କ ବିରୋଧରେ ୩ ଡିଗ୍ରୀ ହତ୍ୟା ମାମଲା ରୁଜୁ କରାଯାଇଛି । ତେବେ ମଧ୍ୟ ସମଗ୍ର ଆମେରିକା ଗତ ୫ ଦିନ ଧରି ଅଶାନ୍ତ ହୋଇପଡ଼ିଛି ।

LEAVE A REPLY

Please enter your comment!
Please enter your name here