Spread the love

ୱାଶିଂଟନ: ଯୁକ୍ତରାଷ୍ଟ୍ର ଆରେିକାରେ କରୋନା ଥମିବାର ନାଁ ନେଉନାହିଁ । ସୋମବାର ସନ୍ଧ୍ୟା ସୁଦ୍ଧା ଏଠାରେ ୧୧,୫୮,୩୪୧ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୋଇଥିଲା ବେଳେ ମୃତ୍ୟୁ ସଂଖ୍ୟା ୬୭,୬୮୬ରେ ପହଞ୍ଚିଛି । ଏହି ଧାରା ଅବ୍ୟାହତ ରହିଲେ ଏଠାରେ ମୃତ୍ୟୁ ସଂଖ୍ୟା ୧ ଲକ୍ଷରେ ପହଞ୍ଚିବା ଅସମ୍ଭବ ନୁହେଁ ବୋଲି ବିଭିନ୍ନ ମହଲରେ ଆଶଙ୍କା ପ୍ରକାଶ ପାଇଛି ।
୨୧୭, ୪୬୬ଜଣ ସଂକ୍ରମିତ ବ୍ୟକ୍ତି ଥାଇ ଦ୍ବିତୀୟ ସ୍ଥାନରେ ରହିଛି ସ୍ପେନ୍। ଇଟାଲିରେ ସଂକ୍ରମିତଙ୍କ ସଂଖ୍ୟା ୨୧୦, ୭୧୭, ଇଂଲଣ୍ଡରେ ୧,୮୭, ୮୪୨ ଏବଂ ଫ୍ରାନ୍ସରେ ୧,୬୮, ୯୨୫, ଋଷିଆରେ ୧,୯୫,୨୬୮ ଓ ଜର୍ମାନୀରେ ୧,୬୫,୬୬୪ ଆକ୍ରାନ୍ତ ଥିବା ଜନ୍ ହପ୍‌କିନ୍‌ସ୍ ବିଶ୍ୱବିଦ୍ୟାଳୟ ସୂତ୍ରରୁ ଜଣାପଡ଼ିଛି।
ଏହି ମାରାତ୍ମକ ଭୂତାଣୁ ଯୋଗୁ ଇଟାଲିରେ ମୃତ୍ୟୁ ସଂଖ୍ୟା ୨୮, ୮୮୪, ଇଂଲଣ୍ଡରେ ୨୮, ୪୪୬, ସ୍ପେନ୍‌ ୨୫, ୨୬୪, ଫ୍ରାନ୍‌ସ୍‌ରେ ୨୪, ୮୬୪, ଜର୍ମାନୀରେ ୬,୮୬୬ ଓ ଋଷିଆରେ ୧,୩୫୬ ବୋଲି ଜଣାପଡ଼ିଛି ଭାରତରେ। ଚୀନ୍‌ରେ ମାତ୍ର ତିନିଟି ନୂଆ ସଂକ୍ରମଣ ହୋଇଛି, ତାହା ପୁଣି ବିଦେଶାଗତ ଲୋକଙ୍କ ଶରୀରରେ। ଏ ପର୍ୟ୍ୟନ୍ତ ଯୁକ୍ତରାଷ୍ଟ୍ର ଆମେରିକା ଅନ୍ୟୂନ ସାତ ନିୟୁତ ବ୍ୟକ୍ତିଙ୍କର ନମୁନା ପରୀକ୍ଷା କରି ସାରିଲାଣି।

LEAVE A REPLY

Please enter your comment!
Please enter your name here