Spread the love

କଟକ: ଦୁଇ ଦିନ ତଳେ କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ କରୋନା ପୀଡ଼ିତ ଅଣୁ, କ୍ଷୁଦ୍ର ଓ ମଧ୍ୟମ ବର୍ଗ ଶିଳ୍ପ (ଗଝଗଋ) ଲାଗି ପ୍ୟାକେଜ ଘୋଷଣା କରିଥିଲେ । ବିଜେପି ସମେତ କେତେକ ରାଜ୍ୟର ଅଣ ବିଜେପି ନେତା ଶ୍ରୀମତୀ ସୀତାରମଣଙ୍କ ପ୍ୟାକେଜକୁ ସ୍ୱାଗତ କରିଥିଲେ । ଓଡ଼ିଶାର ଏମଏସଏମଇ ସଂଘର ନେତା ମାନେ ମଧ୍ୟ ଏହାକୁ ସ୍ୱାଗତ କରିଥିଲେ । ତେବେ କେଉଁମାନେ ଏଥିରେ ପ୍ରକୃତରେ ଲାଭବାନ ହେବେ ତାହା କାହାକୁ ଜଣାଥିଲା କି ନାହିଁ ସେ ନେଇ ସନେ୍ଦହ ସୃଷ୍ଟି ହୋଇଛି । ଭାଷଣ କେନ୍ଦ୍ର ସରକାରଙ୍କର ମୂଳମନ୍ତ୍ର ଏହା ଅର୍ଥମନ୍ତ୍ରୀଙ୍କ ଘୋଷଣାରୁ ସ୍ପଷ୍ଟ ହୋଇଛି ।
ଦେଶରେ ୬୩.୫ ମିଲିୟନ କ୍ଷୁଦ୍ର ଶିଳ୍ପ ରହିଥିବା ବେଳେ, ୩୩ ମିଲିୟନ ଅଣୁ ଶିଳ୍ପ ରହିଛି । ସେହିଭଳି ମୋଟ ୫୦୦୦ ମଧ୍ୟମ ଧରଣର ଶିଳ୍ପ ରହିଥିବା କେନ୍ଦ୍ର ସରକାରଙ୍କ ରିପୋର୍ଟରୁ ଜଣାପଡ଼ିଛି । କେନ୍ଦ୍ର ସରକାର ଇତିମଧ୍ୟରେ ଶିଳ୍ପ ଗୁଡ଼ିକର ସଂଜ୍ଞା ପରିବର୍ତ୍ତନ କରିଛନ୍ତି । ଘୋଷିତ ପ୍ୟାକେଜ ଅନୁଯାୟୀ ବିନା ବନ୍ଧକରେ ଶିଳ୍ପ ଗୁଡ଼ିକ ପୂର୍ବରୁ ନେଇଥିବା ଋଣର ୨୦ ପ୍ରତିଶତ ଅଧିକ ଋଣ ନେଇପାରିବେ । ଏହାଛଡ଼ା ଘୋଷିତ ପ୍ୟାକେଜରେ ଆଉ କିଛି ଅଧିକ ଥିବା ଭଳି ଅନେକ ଅର୍ଥନୀତି ବିଶେଷଜ୍ଞ ମତ ଦେଇଛନ୍ତି । ଯେଉଁ ଶିଳ୍ପ ଗୁଡ଼ିକ ଆର୍ଥିକ ଅନଟନ କାରଣରୁ କରୋନା ପୂର୍ବରୁ ବନ୍ଦ ହୋଇଯାଇଛନ୍ତି, ବ୍ୟାଙ୍କରୁ କୋଟି କୋଟି ଟଙ୍କା ନେଇ ମନଇଛା ଖର୍ଚ୍ଚ କରିଛନ୍ତି ଏବଂ ଇଚ୍ଛାକୃତ ଖିଲାପି ଭାବେ ବିବେଚିତ କିଛି ଚାଲାକ ଠକ ବ୍ୟବସାୟୀ ଏଥିରେ ଉପକୃତ ହେବେ । ତେବେ ଯେଉଁ ଶିଳ୍ପପତିମାନେ ପ୍ରକୃତରେ ଏବେ ବ୍ୟବସାୟ କରୁଛନ୍ତି ସେମାନେ କିଛି ନପାଇବା ସ୍ପଷ୍ଟ । କାରଣ ସେମାନେ ବ୍ୟାଙ୍କରେ ଯେଉଁ ସମ୍ପତ୍ତି ବନ୍ଧକ ଦେଇ ଋଣ ନେଇଥିବେ ତାହା ୧୦୦ ଅନୁପାତ ୮୦ ହାରରେ ଥିବ । ଏବେ ଯେଉଁ ବନ୍ଧକ ବିହୀନ ଋଣ କଥା କେନ୍ଦ୍ର ସରକାର କହୁଛନ୍ତି ତାହାର ପ୍ରକୃତ ସ୍ୱରୂପ ଶିଳ୍ପ ଜଗତ ବୁଝିବା ପରେ ପାଲଟା ଜବାବ ସେୟାର ମାର୍କେଟ ବା ଫଟକା ବଜାରରେ ଦେଖିବାକୁ ମିଳିଛି । ଦ୍ୱିତୀୟରେ ଇପିଏଫ ଭରଣା ଘୋଷଣା କେତେ ଶିଳ୍ପକୁ ମିଳିବ ସେ ନେଇ ମଧ୍ୟ ଅର୍ଥମନ୍ତ୍ରୀ କିଛି ଘୋଷଣା କରିନାହାନ୍ତି । କେବଳ ୩ଲକ୍ଷରୁ ଉଦ୍ଧ୍ୱର୍ କର୍ମଚାରୀ ଏହି ଯୋଜନାରେ ଉପକୃତ ହେବେ । ତେବେ ବାକି ୩୦ଲକ୍ଷରୁ ଉଦ୍ଧ୍ୱର୍ କର୍ମଚାରୀଙ୍କୁ ସରକାର ତିଆରି କରିଥିବା ନିୟମ ଆଧାରରେ ବାଦ ପଡ଼ିବା ଜଣାପଡ଼ିଛି । ଫଳରେ ଶିଳ୍ପଦ୍ୟୋଗୀମାନେ କର୍ମଚାରୀଙ୍କୁ ଛଟେଇ କରିବାକୁ ବାଧ୍ୟ ହେଉଛନ୍ତି । ସିଧାସଳଖ ଭାବେ ଯଦି ଶିଳ୍ପପତିମାନେ ନେଇଥିବା ୬ମାସର ଋଣର ସୁଧକୁ ଛାଡ଼ କରିଥାନ୍ତେ ତେବେ ଶିଳ୍ପ ଜଗତ ବଞ୍ଚôବାକୁ ସୁଯୋଗ ପାଇଥାନ୍ତା ବୋଲି ଅର୍ଥନୀତିଜ୍ଞମାନେ ମତ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here