Spread the love

ଭୁବନେଶ୍ୱର: ଦକ୍ଷିଣ ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଡିପ ଡିପ୍ରେସନରେ ପରିଣତ ହୋଇ ଶନିବାର ସନ୍ଧ୍ୟା ଅବପାତରେ ପରିଣତ ହେବ । ପରେ ତାହା ସାମୁଦ୍ରିକ ବାତ୍ୟା ରୁପ ନେବାକୁ ଥିବାରୁ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଓଡ଼ିଶା ସମେତ ୮ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ସତର୍କ ସୁଚନା ଜାରି କରାଯାଇଛି । ସମ୍ଭାବ୍ୟ ବାତ୍ୟା ଯୋଗୁ ଆଣ୍ଡାମାନ-ନିକୋବର, ପଶ୍ଚିମ ବଙ୍ଗ, ଓଡ଼ିଶାରେ ୧୮ ଓ ୧୯ ଦୁଇ ଦିନ ଧରି ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭବନା ରହିଛି । ସେଥିପାଇଁ ଦକ୍ଷିଣ ଓ କେନ୍ଦ୍ରୀୟ ବଙ୍ଗୋପସାଗର ମଧ୍ୟକୁ ନ ଯିବାକୁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦିଆଯାଇଛି। ଯେଉଁମାନେ ସମୁଦ୍ରର ଉପରୋକ୍ତ ଅଞ୍ଚଳକୁ ଯାଇଛନ୍ତି ସେମାନେ ଶନିବାର ସୁଦ୍ଧା କୂଳକୁ ଫେରି ଆସିବାକୁ କୁହାଯାଇଛି।
ଏହା ଶୁକ୍ରବାର ଅବପାତର ରୁପ ନେବା ପରେ ୧୬ ତାରିଖରେ ସାମୁଦ୍ରିକ ଝଡ଼ ରୁପ ନେଇ ଉତ୍ତର-ପୂର୍ବ ଦିଗରେ ଗତି କରିବାର ସମ୍ଭାବନା ଅଛି । ୧୮ ଓ ୧୯ ତାରିଖରେ ଏହା ଉତ୍ତର ବଙ୍ଗୋପସାଗର ଦିଗକୁ ଗତି କରିବାର ସମ୍ଭାବନା ଅଛି । ୧୮ରୁ ଉପକୂଳ ଓଡ଼ିଶାରେ ବର୍ଷା ଆରମ୍ଭ ହେବ ଓ ୧୯ରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଯଦି ଏହା ନିର୍ଦ୍ଧରିତ ଦିଗରେ ଗତି କରେ ତେବେ ପଶ୍ଚିମବଙ୍ଗ ଓ ବାଂଲାଦେଶକୁ ମୁହାଁଇବ । ଯଦି ଉତ୍ତର-ଉତ୍ତର-ପଶ୍ଚିମ ଦିଗରେ ଗତି କରେ ତେବେ ଓଡ଼ିଶା ଆସିବାର ସମ୍ଭାବନା ଅଛି ବୋଲି ପାଣିପାଗ କାର୍ୟ୍ୟାଳୟ ପକ୍ଷରୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here