Spread the love

ନୂଆଦିଲ୍ଲୀ
ମହାମାରୀ କରୋନା ଭାଇରସକୁ ଅଦୃଶ୍ୟ ଶତ୍ରୁ ଏବଂ କରୋନା ଯୋଦ୍ଧାଙ୍କୁ ଅଜେୟ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସେ କର୍ଣାଟକର ରାଜୀବ ଗାନ୍ଧୀ ୟୁନିଭର୍ସିଟି ଅଫ ହେଲଥ ସାଇନ୍ସର ୨୫ ତମ ପ୍ରତିଷ୍ଠା ଦିବସକୁ ଭିଡିଓ କନଫରେନ୍ସି ମାଧ୍ୟମରେ ସମ୍ବୋଧନ କରି କହିଛନ୍ତି ଯେ ଏବେ ବିଶ୍ୱ ଦ୍ୱିତୀୟ ବିଶ୍ୱ ଯୁଦ୍ଧପରର ସବୁଠାରୁ ବଡ ସଙ୍କଟର ସାମ୍ନା କରୁଛି । ବିଶ୍ୱ ଯୁଦ୍ଧ ପୂର୍ବ ଏବଂ ପରର ସ୍ଥିତି ପରିବର୍ତ୍ତନ ହେଲା ପରି କୋଭିଡ ପୂର୍ବ ଏବଂ ପରର ସ୍ଥିତ ମଧ୍ୟ ବଦଳିଯିବ । ଏଭଳି ଘଡି ସନ୍ଧି ମୂହୂର୍ତ୍ତରେ ବିଶ୍ୱ ଡାକ୍ତର, ନର୍ସ, ମେଡିକାଲ କର୍ମଚାରୀ ଏବଂ ବୈଜ୍ଞାନିକମାନଙ୍କ ଠାରୁ ଅନେକ କିଛି ଆଶା ରଖିଚି । ବିଶ୍ୱ ଆପଣଙ୍କ ଠାରୁ ଚିକିତ୍ସା ଏବଂ ଯତ୍ନ ଉଭୟ ଆଶା ରଖିଛି । ଭାରତର ସ୍ୱାସ୍ଥ୍ୟସେବା ଦ୍ରୁତ ଗତିରେ ବଦଳୁଛି । ଦେଶ କରୋନା ଭାଇରସ ବିରୋଧରେ ଯେପିରି ଲଢୁଛି ତାହା ସମଗ୍ର ବିଶ୍ୱ ଦେଖୁଛି । ଭାଇରସ ଅଦୃଶ୍ୟ ହୋଇପାରେ କିନ୍ତୁ ଆମର କରୋନା ଯୋଦ୍ଧା ଅଜେୟ । ଏଥିରେ ଆମ ଡାକ୍ତର ଏବଂ ମେଡିକାଲ କର୍ମଚାରୀମାନେ ୟୁନିଫର୍ମ ନପିନ୍ଧି ଲଢୁଥିବା ସୈନିକଙ୍କ ପରି । ସେମାନେ ଏହି ଯୁଦ୍ଧରେ ନିଶ୍ଚିତ ବିଜୟୀ ହେବେ ।

LEAVE A REPLY

Please enter your comment!
Please enter your name here