Spread the love

ନୂଆଦିଲ୍ଲୀ
ଦେଶରେ କରୋନା ଭାଇରସ ସଂକ୍ରମଣକୁ ରୋକିବା ଲାଗି ଲକାଡାଉନ ଜାରି ରହିଥିବା ସମୟରେ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ପକ୍ଷରୁ ବଡ ଘୋଷଣା କରାଯାଇଛି । ଆଜି ଆରବିଆଇ ରେପୋର ରେଟକୁ ୪୦ ବେସିସ ପଏଣ୍ଟ ହ୍ରାସ କରିଛି । ଏବେ ଏହା ୪.୪ ରୁ ୪ ପ୍ରତିଶତକୁ ହ୍ରାସ ପାଇଛି । ସେହିପରି ରିଭର୍ସ ରେପୋରେଟ ମଧ୍ୟ ୩.୩୫ ପ୍ରତିଶତକୁ ହ୍ରାସ ପାଇଛି । ଏହା ଦ୍ୱାରା ବ୍ୟାଙ୍କ ଋଣ ଶସ୍ତା ହେବ । ସେହିପରି ଋଣ କିସ୍ତି ସୁଝିବାର ସମୟସୀମା ତଥା ଇଏମଆଇକୁ ମଧ୍ୟ ୩ ମାସ ପାଇଁ(ଅଗଷ୍ଟ ପର୍ଯ୍ୟନ୍ତ) କୋହଳ କରିଦିଆଯାଇଛି । ଏବେ ଜୁନ ୧ରୁ ଅଗଷ୍ଟ ୩୧ ଯାଏଁ ଇଏମଆଇ ଦେବାକୁ ପଡିବ ନାହିଁ । ଏଥିଲାଗି ଗ୍ରାହକଙ୍କ ଉପରେ ଚାପ ନପକାଇବାକୁ ଆରବିଆଇ ବ୍ୟାଙ୍କଗୁଡିକୁ ନିର୍ଦ୍ଦେଶ ଦେଇଛି । କରୋନା ସଂକ୍ରମଣରୁ ପ୍ରଭାବତ ଅର୍ଥନୀତିକୁ ସୁଧାରିବା ପାଇଁ ଏପରି ନିଷ୍ପତ୍ତି ନିଆଯାଇଛି । ଆରବିଆଇ ଗଭର୍ଣର ଶକ୍ତିକାନ୍ତ ଦାସ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇ କହିଛନ୍ତି ଯେ କରୋନା ଯୋଗୁ ୬ଟି ବଡ ରାଜ୍ୟ ଉଦ୍ୟୋଗିକ ଉତ୍ପାଦନ ବନ୍ଦ ହୋଇଯାଇଛି । ମାର୍ଚ୍ଚରେ ଶିଳ୍ପ ସଂସ୍ଥାଗୁଡିକର ଉତ୍ପାଦନ ୧୭ ପ୍ରତିଶତ ହ୍ରାସ ପାଇଛି । ଏଥିଲାଗି ଦେଶର ଅର୍ତବ୍ୟବସ୍ଥା ଦୁର୍ବଳ ହୋଇଛି ଏବଂ ଆବଶ୍ୟକତା ଓ ଉତ୍ପାଦନ ହ୍ରାସ ପାଇଛି । ଏସବୁକୁ ଦୃଷ୍ଟିରେ ରଖି ରେପୋ ରେଟ ହ୍ରାସ କରାଯାଇଛି । ଏବେ ଉତ୍ପାଦନ ବୃଦ୍ଧି ଲାଗି ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଉଛି ।

LEAVE A REPLY

Please enter your comment!
Please enter your name here