Spread the love

ଭୁବନେଶ୍ୱର
ମହାମାରୀ କରୋନା ଭାଇରସର ପ୍ରସାରକୁ ରୋକିବା ଲାଗି ସାରା ଦେଶକୁ ଲକଡାଉନି କରାଯାଇଛି । ଏଥିଯୋଗୁଁ ଯାତାୟତ, କଳକାରଖାନା, ଉତ୍ପାଦନ ଆଦି ପ୍ରଭାବିତ ହୋଇଛି । ତେବେ ଏହାର କୁପ୍ରଭାବ ଦେଶର ଅର୍ଥବ୍ୟବସ୍ଥା ଉପରେ ପଡିିଛି । ଅର୍ଥବ୍ୟବସ୍ଥା ମାନ୍ଦାବସ୍ଥା ଦେଇ ଗତିକରୁଛି ଏବଂ ଏହି କାରଣରୁ ଦେଶର ଅଭିବୃଦ୍ଧି ହାର କମ ରହିବ ବୋଲି ମଧ୍ୟ କେତେକ ଅନ୍ତର୍ଜାତୀୟ ରେଟିଂ ଏଜେନ୍ସି କହିଛନ୍ତି । ତେବେ ଦେଶର ଅର୍ଥବ୍ୟବସ୍ଥାକୁ ଗତି ଦେବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦ ଲକ୍ଷ କୋଟିର ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଘୋଷଣା ପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲଗାତର ୫ ଦିନ ପର୍ଯ୍ୟନ୍ତ ସାମ୍ବାଦିକ ସମ୍ମିଳନୀ କରି ଆର୍ଥିକ ପ୍ୟାକେଜର ସବିଶେଷ ବିବରଣୀ ପ୍ରଦାନ କରିଥିଲେ । ଏଥିରେ ବିଶେଷ କରି କୃଷି, ଶିଳ୍ପ ଏବଂ ଅଣି,କ୍ଷୁଦ୍ର ଏବଂ ମଧ୍ୟମ ଶିଳ୍ଫ(ଏମଏସଏମଇ)କୁ ପ୍ରାଧାନ୍ୟ ଦିଆଯାଇଥିଲା । ଏଥିରେ ଏମଏସଏମଇକୁ ତିନି ଲକ୍ଷ କୋଟିର ଋଣ ଦିଆଯିବ ବୋଲି ଅର୍ଥମନ୍ତ୍ରୀ ଘୋଷଣା କରିଥିଲେ । ବାର୍ଷିକ ୧୦୦ କୋଟି କିମ୍ବା ୨୫ କୋଟି ଟଙ୍କା ଯାଏଁ ଋଣ ବକେୟା ଥିବା ସଂସ୍ଥାମାନେ ଏହାର ଲାଭ ଉଠାଇପାରିବେ । ଏସବୁ ଋଣ ପାଇଁ ସରକାର ଗ୍ୟାରେଣ୍ଟି ଦେବେ ବୋଲ ଘୋଷଣା ହୋଇଥିଲା । ଏହା ସହିତ ଏମଏସଏମଇର ସଂଜ୍ଞା ବଦଳିବ ବୋଲି ମଧ୍ୟ ଘୋଷଣା ହୋଇଥିଲା । ଏହା ସହିତ ଏମଏସଏମଇକୁ ୫୦ ହଜାର କୋଟିର ପୁଞ୍ଜି ପ୍ରବାହ କରାଯିବା ସହିତ ୧ ହଜାର କୋଟିର କର୍ପସ ପାଣ୍ଠି ଗଠନ କରାଯିବ ଏବଂ ୪୫ ଦିନ ମଧ୍ୟରେ କେନ୍ଦ୍ର ସରକାର ଏବଂ ରଷ୍ଟ୍ରାୟତ ଉଦ୍ୟେଗ ଗୁଡିକ ପାଖରେ ଥିବା ଏମଏସଏଇର ବକେୟା ପ୍ରଦାନ କରାଯିବ ବୋଲି କହିଥିଲେ । ତେବେ ଏସବୁ ଘୋଷଣା ସମ୍ପର୍କରେ ବ୍ୟାଙ୍କ କର୍ତ୍ତୁପକ୍ଷଙ୍କୁ ପଚରା ଯାଇଥିଲା । କିନ୍ତୁ ସେମାନେ ବ୍ୟାଙ୍କକୁ ଏନେଇ କୌଣସି ମାର୍ଗଦର୍ଶିକା କେନ୍ଦ୍ର ସରକାର କିମ୍ବା ଆରବିଆଇ ପକ୍ଷରୁ ଆସିନାହିଁ ବୋଲି କହିଥିଲେ । ତେଣୁ ଏବେ ଆର୍ଥିକ ପ୍ୟାକେଜର କାଯ୍ୟକାରିତାକୁ ନେଇ ପ୍ରଶ୍ନ ଉଠୁଛି ?

LEAVE A REPLY

Please enter your comment!
Please enter your name here