Spread the love

ନୂଆଦିଲ୍ଲୀ: କରୋନା ଜନିତ ଆର୍ଥିକ ମାନ୍ଦାବସ୍ଥାର ମୁକାବିଲା କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ସନ୍ଧ୍ୟାରେ ୨୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିବା ପରେ ସେୟାର ବଜାରରେ ଉନ୍ନତି ଦେଖାଦେଇଛି । ବିଏସଇ କାରବାରରେ ଆରମ୍ଭରୁ ଉନ୍ନତି ଦେଖାଦେଇଥିଲା । ବଜାର ଖୋଲିବା ପରେ ସୂଚକାଙ୍କ ୩୨,୮୪୫.୪୮କୁ ବୃଦ୍ଧି ପାଇଥିଲା । ଏହା ଶତକଡ଼ା ୨.୫୧ ବୃଦ୍ଧି ପାଇ ୩୨,୧୫୮ରେ ସ୍ଥିର ହୋଇଥିଲା । ସେହିପରି ଏନଏସଇରେ କାରବାର ୨୨୬ ପଏଣ୍ଟ ବା ଶତକଡ଼ା ୨.୪୫ ବୃଦ୍ଧି ପାଇ ୯,୪୨୨ରେ ପହଞ୍ଚିଥିଲା ।

LEAVE A REPLY

Please enter your comment!
Please enter your name here