Spread the love

ନୁଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଥିବା ଆର୍ଥିକ ପ୍ୟାକେଜର ଶେଷ ବାଖ୍ୟା ରବିବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କରିଛନ୍ତି । ସେ ୭ଟି କ୍ଷେତ୍ରକୁ ଅଗ୍ରାଧିକାର ଦେଇଛନ୍ତି । ସେଗୁଡ଼ିକ ହେଲା ଏମଜିଏନଆରଇଏସ, ସ୍ୱାସ୍ଥ୍ୟ (ଗ୍ରାମାଞ୍ଚଳ ଓ ସହରାଞ୍ଚଳ) ଶିକ୍ଷା ସହିତ, ବ୍ୟବସାୟ ଓ କୋଭିଡ଼-୧୯, କମ୍ପାନୀ ଆଇନର ସଂଶୋଧନ, ବ୍ୟବସାୟ କରିବାର ସୁବିଧା, ରାଜ୍ୟ ମାନଙ୍କର ରାଜସ୍ୱ ଓ ସରକାରୀ ଉଦ୍ୟୋଗ ।
ଏମଜିଏନଆରଇଏସରେ ସରକାର ଅତିରିକ୍ତ ୪୦ ହଜାର କୋଟି ବରାଦ କରିଛନ୍ତି । ଏହାଦ୍ୱାରା ଗ୍ରାମାଞ୍ଚଳରେ ଅତିରିକ୍ତ ଶ୍ରମ ଦିବସ ସୃଷ୍ଟି କରାଯାଇପାରିବ । ସ୍ୱାସ୍ଥ୍ୟ କ୍ଷେତ୍ରରେ ସରକାର ଅଧିକ ନିବେଶ ପାଇଁ ନିିଷ୍ପତ୍ତି ନେଇଛନ୍ତି । ତୃଣମୂଳ ସ୍ତରରେ ସ୍ୱାସ୍ଥ୍ୟ ସେବାକୁ ମଜଭୁତ କରାଯିବ ଓ ପ୍ରତି ଜିଲ୍ଲାରେ ସଂକ୍ରାମକ ରୋଗ ପାଇଁ ସ୍ୱତନ୍ତ୍ର ଡାକ୍ତରଖାନାର ବ୍ୟବସ୍ଥା କରାଯିବ । ପ୍ରତି ବ୍ଲକରେ ସାଧାରଣ ସ୍ୱାସ୍ଥ୍ୟ ସେବା ପାଇଁ ପରୀକ୍ଷାଗାର ପ୍ରତିଷ୍ଠା କରାଯିବ । ଶିକ୍ଷା କ୍ଷେତ୍ର ପାଇଁ ପ୍ରଧାନମନ୍ତ୍ରୀ ଇ-ଶିକ୍ଷା ଯୋଜନା କାର୍ଯ୍ୟକାରୀ କରାଯିବ । ସ୍ୱୁଲ ଶିକ୍ଷା ପାଇଁ ସ୍ୱତନ୍ତ୍ର ଭାବେ ଗୋଟିଏ ଟିଭି ଚ୍ୟାନେଲ ପ୍ରସ୍ତୁତ କରାଯିବ । ବ୍ୟବସାୟ ଓ କୋଭିଡ଼-୧୯ କ୍ଷେତ୍ରରେ ଏମଏସଏମଇ ପାଇଁ ସଲଭେନ୍ସି ସୀମାକୁ ୧ଲକ୍ଷରୁ ୧ କୋଟିକୁ ବୃଦ୍ଧି କରାଯିବ । କମ୍ପାନୀ ଆଇନରେ ସଂଶୋଧନ କରାଯିବ । ରାଜ୍ୟ ଗୁଡ଼ିକୁ ସେମାନଙ୍କ ଜିଡିପି ଅନୁପାତରେ ଅଧିକ ଋଣ କରିବାକୁ ଅନୁମତି ଦିଆଯିବ । ସରକାରୀ ଉଦ୍ୟୋଗ ଗୁଡ଼ିକର ଘରୋଇକରଣ କରାଯିବ । କେବଳ ପ୍ରତିରକ୍ଷା କ୍ଷେତ୍ରକୁ ବାଦ ଦେଇ ଅନ୍ୟ ସବୁରେ ଏହା ଲାଗୁ ହେବ ।

LEAVE A REPLY

Please enter your comment!
Please enter your name here