Spread the love

ନୂଆଦିଲ୍ଲୀ
ବ୍ରାଜିଲର ଜଣେ ପାଞ୍ଚ ମାସର ଶିଶୁ ମହାମାରୀ କରୋନା ଭାଇରସକୁ ପରାଜିତ କରିଦେଇଛନ୍ତି । ସେ ମାସ କାଳ ଭେଣ୍ଟିଲେଟରରେ କୋମା ସ୍ଥିତିରେ ରହିବା ପରେ ସୁସ୍ଥ ହୋଇଛନ୍ତି । ଏହା ଏକ ଆଶ୍ଚର୍ଯ୍ୟଜନକ ଘଟଣା ବୋଲି ଡାକ୍ତରମାନେ କହିଛନ୍ତି । ଜଣେ ସମ୍ପର୍କୀୟଙ୍କ ଘରକୁ ଯାଇଥିବାବେଳେ ଏହି ଶିଶୁ ଡମ କରୋନାରେ ଆକ୍ରାନ୍ତ ହୋଇଥିଲେ ବୋଲି ତାଙ୍କ ପରିବାର ଲୋକ କହିଛନ୍ତି । ସୂଚନା ଅନୁଯାୟୀ ଡମ ରିଓ ଡେ ଜାନେରିଓର ପ୍ରୋ କାଡିଓ ହସ୍ପିଟାଲରେ ୫୪ ଦିନ ଯାଏ ଚିକିତ୍ସିତ ହେବା ପରେ ଡିସଚାର୍ଜ ହୋଇଥିଲେ । ଶିଶୁର ପିତା କହିଛନ୍ତି ଯେ ଡମ ଶ୍ୱାସପ୍ରଶ୍ୱାସ ନେବାରେ ସମସ୍ୟା ସମ୍ମୁଖୀନ ହେଉଥିଲା । ପରେ ଡାକ୍ତର ଏହାକୁ ବ୍ୟାକ୍ଟେରିଆ ଇନଫେକ୍ସନ ବୋଲି କହିଥିଲେ । କିନ୍ତୁ ଡାକ୍ତରଙ୍କ ମେଡିସିନରେ ସେ ସୁସ୍ଥ ହୋଇନଥିଲେ । ପରେ ଆମେ ତାହାକୁ ଅନ୍ୟ ହସ୍ପିଟାଲକୁ ନେଇଯାଇଥିଲୁ । ସେଠାରେ ସେ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡିଥିଲା ।

LEAVE A REPLY

Please enter your comment!
Please enter your name here