Spread the love

ଭୁବନେଶ୍ୱର
ଜୁନ ପହିଲାରୁ ଯୁକ୍ତ ୨ ଖାତା ମୂଲ୍ୟାୟନ ଆରମ୍ଭ ହେବ । ତେବେ ଏହା ପୂର୍ବରୁ ମୂଲ୍ୟାୟନ କେନ୍ଦ୍ରଗୁଡିକୁ ସାନିଟାଇଜ କରାଯିବ । ଏନେଇ ସିଏଚଏସଇ ଅଧକ୍ଷ ଅମରେନ୍ଦ୍ର ପଟ୍ଟନାୟକ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି । ସେ କହିଛନ୍ତି ଯେ କରୋନା ମୁକାବିଲା ଲାଗି ଅନେକ ମୂଲ୍ୟାୟନ କେନ୍ଦ୍ରକୁ ଜିଲ୍ଲା ପ୍ରଶାସନ ନିଜ ହାତକୁ ନେଇଛନ୍ତି । ଏଗୁଡିକୁ କ୍ୱାରେଣ୍ଟାଇନ ସେଣ୍ଟର ଭାବେ ବ୍ୟବହାର କରାଯାଉଛି । ତେଣୁ ଅଧ୍ୟାପକଙ୍କ ସୁରକ୍ଷା ଦୃଷ୍ଟିରୁ ସେଗୁଡିକୁ ଖାଲି କରି ଆସନ୍ତା ୩୦ ତାରିଖ ସୁଦ୍ଧା ସାନିଟାଇଜ କରାଯାଉ । ଏହା ସହିତ ସେମାନଙ୍କର ଥର୍ମାଲ ସ୍କାନିଂ ମଧ୍ୟ କରାଯାଉ ।

LEAVE A REPLY

Please enter your comment!
Please enter your name here