Spread the love

ନୂଆଦିଲ୍ଲୀ
ଅମ୍ଫାନ ପରେ ଆଉ ଏକ ବାତ୍ୟା ମାଡିଆସୁଛି । କିନ୍ତୁ ଏହା ବଙ୍ଗୋପସାଗର ନୁହେଁ ଆରବ ସାଗରରେ ସୃଷ୍ଟି ହୋଇଛି । ଏହା ୪୮ ଘଣ୍ଟା ମଧ୍ୟରେ ଏହା ଘୂର୍ଣିବଳୟର ରୂପ ନେବ ବୋଲି ଭାରତୀୟ ପାଣିପାଗ ବିଭାଗ(ଆଇଏମଡି) ପକ୍ଷରୁୁ କୁହାଯାଇଛି । ଏହା ଆଗାମୀ ୪୮ ଘଣ୍ଟା ମଧ୍ୟରେ ବାତ୍ୟାର ରୂପ ନେବା ସହ ଜୁନ ୩ରେ ମହାରାଷ୍ଟ୍ର ଏବଂ ଗୁଜରାଟ ଉପକୂଳରେ ପହଞ୍ଚିବ ବୋଲି ଆକଳନ କରାଯାଇଛି । ଏହା ସହିତ ଲୋକଙ୍କୁ ସତର୍କ ରହିବା ଲାଗି ମଧ୍ୟ ଚେତାବନୀ ଦିଆଯାଇଛି । ଏହି ବାତ୍ୟାର ନାମ ନିସର୍ଗ ରହିଛି । ଏହାର ପ୍ରଭାବରେ ମହାରାଷ୍ଟ୍ର, ଗୁଜରାଟ ସମେତ ଦେଶର ଅନେକ ସ୍ଥ୍ରାନରେ ବର୍ଷା ହେବାର ସମ୍ଭାବନା ରହିଛି । ଆଇଏମଡିର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଯେ ଆରବ ସାଗର ଏବଂ ଲାକ୍ଷାଦ୍ୱୀପ ନିକଟରେ ଏକ ନିମ୍ନ ଚାପର ଅଞ୍ଚଳ ସୃଷ୍ଟି ହୋଇଛି । ଏହା ସୋମବାର ଡିପ୍ରେସନରେ ପରିଣତ ହେବାର ସମ୍ଭାବନା ରହିଛି । ପରେ ଏହା ଉତ୍ତର ଆଡକୁ ଗତି କରି ୩ ତାରିଖ ସୁଦ୍ଧା ଗୁଜରାଟ ଏବଂ ଉତ୍ତର ମହାରାଷ୍ଟ୍ର ଉପକୂଳରେ ପହଞ୍ଚିବ ।

LEAVE A REPLY

Please enter your comment!
Please enter your name here