Spread the love

ନୂଆଦିଲ୍ଲୀ
ଆମେରିକା ରଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଝିଅ ଇଭାଙ୍କା ଟ୍ରମ୍ପଙ୍କ ବ୍ୟକ୍ତିଗତ ସହାୟକ ନୋଭେଲ କରୋନା ଭାଇରସରେ ଆକ୍ରାନ୍ତ ହୋଇଛନ୍ତି । ଏଥି ସହିତ ହ୍ୱାଇଟ ହାଉସର ୩ ଜଣ କର୍ମଚାରୀ ଏଥିରେ ଆକ୍ରାନ୍ତ ହୋଇଛନ୍ତି । ଶନିବାର ମିଳିଥିବା ସୂଚନା ଅନୁଯାୟୀ ଇଭାଙ୍କା ସହାୟକ ଜଣଙ୍କ କିଛି ସପ୍ତାହ ହେଲା ତାଙ୍କ ଆଖପାଖରେ ଦେଖିବାକୁ ମିଳୁନଥିଲେ । ସେ ପ୍ରାୟ ଦୁଇ ମାସ ହେଲା ଘରେ ରହି କାମ କରୁଥିଲେ ଏବଂ ବିଭିନ୍ନ ସତର୍କତା ଅବଲମ୍ବନ କରୁଥିଲେ । କରୋନା ପରୀକ୍ଷା ପୂର୍ବରୁ ତାଙ୍କ ଠାରେ କୌଣସି ଲକ୍ଷଣ ଦେଖାଯାଇନଥିଲା । ସେ ଏଥିରେ ଆକ୍ରାନ୍ତ ହୋଇଥିବା ଜଣାପଡିବା ପରେ ଇଭାଙ୍କା ଏବଂ ତାଙ୍କ ସ୍ୱାମୀ ଜାରେଡ କୁଶନରଙ୍କ ଶୁକ୍ରବାର କରୋନା ପରୀକ୍ଷା କରାଯାଇଥିଲା । ତେବେ ଉଭୟଙ୍କ ରିପୋର୍ଟ ନେଗେଟିଭ ଆସିଥିଲା । ସୂଚନାଯୋଗ୍ୟ ଯେ ଏହା ପୂର୍ବରୁ ରଷ୍ଟ୍ରପତି ଟ୍ରମ୍ପ ଏବଂ ଉପରଷ୍ଟ୍ରପତି ମାଇକ ପେନ୍ସଙ୍କ କରୋନା ରିପୋର୍ଟ ନେଗେଟିଭ ଆସିଥିଲା ।

LEAVE A REPLY

Please enter your comment!
Please enter your name here