Spread the love

ଭୁବନେଶ୍ୱର
ବିଜେପି ନେତା ଜଗନ୍ନାଥ ପ୍ରଧାନ ଆଜି ନିଜ ଇସ୍ତଫାକୁ ପ୍ରତ୍ୟାହାର କରିେ ନଇଛନ୍ତି । ଏହାକୁ ନେଇ ସେ କହିଛନ୍ତି ଯେ ଜିଲ୍ଲା ସଭାପତି ଚୟନକୁ ନେଇ ଅଭିମାନ ଥିଲା । ଏବେ ତାହା ଦୂର ହୋଇଯାଇଛି । ଦଳର ସମସ୍ତ ବରିଷ୍ଠ ନେତୃତ୍ୱ ମୋ ସହ କଥା ହୋଇଛନ୍ତି । ବାବୁ ସିଂଙ୍କ ସଭାପତିତ୍ୱକୁ ମୁଁ ଗ୍ରହଣ କରୁଛି । ଇସ୍ତଫା ପ୍ରତ୍ୟାହାର ପରେ ସେ ବାବୁ ସିଂଙ୍କୁ ଭେଟିଛନ୍ତି । ଏହାକୁ ନେଇ ବାବୁ କହିଛନ୍ତି ଯେ ମାନଭଞ୍ଜନ ହୋଇଛି ଏବଂ ସମସ୍ତଙ୍କୁ ସାଥିରେ ନେଇ ମୁଂ କାର୍ଯ୍ୟ କରିବୁ । ଯାହା ଦାୟିତ୍ୱ ଦିଆଯିବ ତାହାକୁ ସୂଚାରୁ ରୂପେ ପାଳନ କରିବି ।

LEAVE A REPLY

Please enter your comment!
Please enter your name here