Spread the love

ବେଜିଂ: ଭାରତ ସହ ସୀମାରେ ଉତ୍ତେଜନା ଲାଗିଥିଲା ବେଳେ ଚୀନର ପିପୁଲ୍ସ ଲିବରେସନ ଆର୍ମି ପକ୍ଷରୁ ତିବ୍ଦତର ଉଚ୍ଚ ପାର୍ବତ୍ୟାଞ୍ଚଳରେ କିପରି ଶତୃପକ୍ଷର ସୀମାରେ ଅନୁପ୍ରବେଶ କରିହେବ ସେ ନେଇ ଅଭ୍ୟାସ ଚଳାଇଥିବା ସରକାରୀ ଗଣମାଧ୍ୟମ ‘ଗ୍ଲୋବାଲ ଟାଇମ୍ସ’ରେ କୁହାଯାଇଛି । ତିବ୍ଦତର ୪,୭୦୦ ମିଟର ଉଚ୍ଚରେ ଥିବା କଠିନ ପାର୍ବତ୍ୟାଞ୍ଚଳରେ ପିଏଲଏର କମାଣ୍ଡୋମାନେ ଏହି ଅଭ୍ୟାସ ଚଳାଇଛନ୍ତି ବୋଲି କୁହାଯାଇଛି । ସୀମାଠାରୁ ଦୁରରେ ଥିବା ଟାଙ୍ଗୁଲା ପର୍ବତରେ ଏହି ଅଭ୍ୟାସ ଚାଲିଛି । ରିପୋର୍ଟର ଆହୁରି ମଧ୍ୟ କୁହାଯାଇଛି ଯେ ଭାରତ ସହ ଚୀନର ସୀମା ଉଚ୍ଚ ପାର୍ବତ୍ୟାଞ୍ଚଳରେ ଅଛି ଓ ଏବେ ଦୁଇ ଦେଶ ନିଜ ନିଜ ସୀମାରେ ସେନା ଠୁଳ କରୁଛନ୍ତି ।

LEAVE A REPLY

Please enter your comment!
Please enter your name here