Spread the love

ନୂଆଦିଲ୍ଲୀ: ଭାରତୀୟ ବୈଷୟିକ ଶିକ୍ଷା କାଉନସିଲ(ଏଆଇସିଟିଇ) ସହ ଅନୁବନ୍ଧିତ ଶିକ୍ଷାନୁଷ୍ଠାନ ଗୁଡ଼ିକରେ କରୋନା ସଂକ୍ରମଣ ପାଇଁ ଅଗଷ୍ଟ୧ରୁ ଶିକ୍ଷାବର୍ଷ ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଛି । ସେହିପରି ଜୁଲାଇ୧ରୁ ପାଠପଢା ଆରମ୍ଭ ହେବ ବୋଲି କୁହାଯାଇଛି । ବିଶ୍ବବିଦ୍ୟାଳୟ ମଞ୍ଜୁରୀ କମିସନ୍ ପରେ ଏବେ ‘ଏଆଇସିଟିଇ’ ତା’ର ଅନୁମୋଦିତ କଲେଜ ଏବଂ ପୃଥକ୍ ‘ପିଜିଡିଏମ୍’ ଓ ‘ପିଜିସିଏମ୍’ ପ୍ରତିଷ୍ଠାନମାନଙ୍କ ପାଇଁ ଏକାଡେମିକ୍ କ୍ୟାଲେଣ୍ଡର୍ ଓ ଗାଇଡ୍ଲାଇନ୍ ଜାରି କରିଛି। ମୁକ୍ତ ଏବଂ ପତ୍ରମାଧ୍ୟମ ଶିକ୍ଷାର୍ଥୀମାନେ ଅଗଷ୍ଟ ୧୫ ତାରିଖ ଠାରୁ ନାମ ଲେଖାଇ ପାରିବେ ଯଦି ଜୁଲାଇ ପର୍ୟ୍ୟନ୍ତ ପରିସ୍ଥିତି ସ୍ବାଭାବିକ ନ ହୁଏ ନୂଆ ସେମିଷ୍ଟର୍ ନିମନ୍ତେ ଅନ୍ଲାଇନ୍ କ୍ଲାସ୍ ବ୍ୟବସ୍ଥା କରାଯିବ ବୋଲି ‘ଏଆଇସିଟିଇ’ କହିଛି ଓ ୨୦୨୦-୨୧ ଶିକ୍ଷା ବର୍ଷ ପାଇଁ ପ୍ରତିଷ୍ଠାନମାନେ ସେମାନଙ୍କ ଫି’ ନ ବଢ଼ାଇବାକୁ ‘ଏଆଇସିଟିଇ’ କହିଛି।

LEAVE A REPLY

Please enter your comment!
Please enter your name here