Spread the love

ନୁଆଦିଲ୍ଲୀ: ଆସନ୍ତା ଜୁନରୁ କେନ୍ଦ୍ର ସରକାର ଏକ ଦେଶ-ଏକ ରାସନ କାର୍ଡ ପ୍ରଚଳନ କରିବା ପାଇଁ ଯୋଜନା କରୁଥିଲା ବେଳେ ଏବେ କରୋନା ଜନିତ ଲକଡାଉନ ସମୟରେ ଏହି ବ୍ୟବସ୍ଥା ପ୍ରଚଳନ ହୋଇ ପାରିବ କି ନାହିଁ ସେ ସମ୍ପର୍କରେ ନିଷ୍ପତ୍ତି ନେବାକୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ମଙ୍ଗଳବାର ନିଦେ୍ର୍ଦଶ ଦେଇଛନ୍ତି । ଲକଡାଉନ ଲାଗୁ ଯୋଗୁ ବିଭିନ୍ନ ଅଞ୍ଚଳରେ ଫସିରହିଥିବା ପ୍ରବାସୀ ଶ୍ରମିକ ଓ ଗରିବ ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏମାନଙ୍କ ସମସ୍ୟାର ସମାଧାନ କରିବା ଲାଗି ସରକାର ଗୋଟିଏ ଦେଶ-ଗୋଟିଏ ରେସନ କାର୍ଡ ବ୍ୟବସ୍ଥା ଲାଗୁ ସମ୍ପର୍କରେ ବିଚାର କରିବାକୁ ସୁପ୍ରିମ କୋର୍ଟ ବିଚାରପତି ଏନଭି ରମନ୍ନା, ସଂଜୟ କିଷନ କୌଲ ଓ ବିଆର ଗାଭାନିଙ୍କୁ ନେଇ ଗଠିତ ଖଣ୍ଡପୀଠ ସରକାରଙ୍କୁ ନିଦେ୍ର୍ଦଶ ଦେଇ କହିଛନ୍ତି ସରକାର ବର୍ତ୍ତମାନର ପରିସ୍ଥିତିକୁ ଲକ୍ଷ୍ୟ ରଖି ଏହି ସ୍କିମ ଲାଗୁ କରାଯାଇପାରିବ କି ନାହିଁ ତାହା ବିଚାର କରନ୍ତୁ । ଏହି ଯୋଜନା ଅନୁଯାୟୀ ଗୋଟିଏ ରାସନ କାର୍ଡ ଦେଶର ସବୁ ରାଜ୍ୟରେ ବୈଧ ରହିବ । ଉଦାହରଣ ସ୍ୱରୂପ, ଓଡ଼ିଶାର ରାସନ କାର୍ଡକୁ ବ୍ୟବହାର କରି ପଂଜାବରେ ଖାସ୍ୟଶସ୍ୟ ଉଠାଇହେବ ।

LEAVE A REPLY

Please enter your comment!
Please enter your name here