Spread the love

ନୂଆଦିଲ୍ଲୀ: ଜାମ୍ମୁକାଶ୍ମୀରର ଅବନ୍ତିପୋରାରେ ସୁରକ୍ଷା ବାହିନୀର ଏନକାଉଣ୍ଟରରେ ବୁଧବାର ଆତଙ୍କବାଦୀ ସଂଗଠନ ହିଜବୁଲ ମଜାହିଦ୍ଦିନର ଶୀର୍ଷ କମାଣ୍ଡର ରିଆଜ ନାଇକୁ ନିହତ ହୋଇଛି । ସୂଚନା ଅନୁଯାୟୀ ହିଜବୁଲ ବୁରହାନ ବାନିର ମୃତ୍ୟୁ ପରେ ରିଆଜକୁ କମାଣ୍ଡର ନିୟୁକ୍ତ କରିଥିଲା । ସେହିପରି ଭାରତୀୟ ସେନା ମଧ୍ୟ ରିଆଜ ଲାଗି ୧୨ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଥିଲା । ରିଆଜ ନାଇକୁର ମୃତ୍ୟୁୁରେ ଘାଟୀରେ ଆତଙ୍କବାଦୀ କାର୍ଯ୍ୟକଳାପକୁ ଶକ୍ତ ଧକ୍କା ଲାଗିଛି । ସେ ଗତ କିଛି ବର୍ଷ ହେଲା ଜାମ୍ମୁକାଶ୍ମୀରର ଅନେକ ଆତଙ୍କବାଦୀ କାର୍ଯ୍ୟକଳାପରେ ସାମିଲ ଥିଲା । ଖବର ଅନୁଯାୟୀ ମଙ୍ଗଳବାର ବିଳମ୍ବତ ରାତ୍ରିରୁ ଆରମ୍ଭ ଏହି ଅପରେସନରେ ରିଆଜର ବଡିଗାର୍ଡ ମଧ୍ୟ ନିହତ ହୋଇଛି । ଜାମ୍ମୁକାଶ୍ମୀର ପୋଲିସ, ସେନା ଏବଂ ସିଆରପିଏଫର ଯବାନମାନେ ମିଳିତ ଭାବେ ଏହି ଅପରେସନ କରିଥିଲେ । ଏହାକୁ ଦୃଷ୍ଟିରେ ରଖି ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଘାଟୀରେ ମୋବାଇଲ ଇଣ୍ଟରନେଟ ସେବାକୁ ବନ୍ଦ କରିଦିଆଯାଇଛି ।

LEAVE A REPLY

Please enter your comment!
Please enter your name here