Spread the love

ଶ୍ରୀନଗର
ଜାମ୍ମୁକାଶ୍ମୀରର କୁଲଗାମ ଜିଲ୍ଲାରେ ଶନିବାର ସୁରକ୍ଷା ବାହିନୀର ଏନକାଉଣ୍ଟରରେ ୨ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ଜାମ୍ମୁକାଶ୍ମୀର ପୋଲିସ ପକ୍ଷରୁ ଏହି ସୂଚନା ଦିଆଯାଇଛି । ସୂଚନା ଅନୁଯାୟୀ ଦକ୍ଷିଣ କାଶ୍ମୀରର ବାନପୋରାରେ ଆତଙ୍କବାଦୀ ରହିଥିବାର ସୂଚନା ମିଳିବା ପରେ କର୍ଡନ କରି ତଲାସୀ ଅଭିଯାନ ଆରମ୍ଭ କରାଯାଇଥିଲା । ଏହି ସମୟରେ ଆତଙ୍କବାଦୀ ସୁରକ୍ଷା ବାହିନୀ ଉପରକୁ ଗୁଳି ଚଳାଇଥିଲେ । ପରେ ସୁର କ୍ଷା ବାହିନୀର ଜବାବୀ କାର୍ଯ୍ୟାନୁଷ୍ଠାନରେ ୨ ଆତଙ୍କୀ ନିପାତ ହୋଇଥିଲେ । ଏ ପର୍ଯ୍ୟନ୍ତ ସେମାନଙ୍କର ପରିଚୟ ମିଳିପାରି ନାହିଁ । ଏବେ ଆକପାଖ ଅଞ୍ଚଳରେ ତଲାସୀ ଅଭିଯାନ ଜାରି ରହିଛି ।

LEAVE A REPLY

Please enter your comment!
Please enter your name here