Spread the love

ନୂଆଦିଲ୍ଲୀ
ପ୍ରାକୃତିକ ବିପର୍ଯ୍ୟୟ ହେଉ ଅବା କୌଣସି ଦୁର୍ଘଟଣା ଜନିତ ହେଉ ଉଦ୍ଧାରକାର୍ଯ୍ୟ ହୋଇ ସବୁଥିରେ ଏନଡିଆରଏଫକୁ ଡକରା ହୋଇଥାଏ । ଏବେ ଏନଡିଆରଏଫରେ କରୋନା ଭାଇରସ ପ୍ରବେଶ କରିଛି । ପ୍ରଥମ ଥର ଲାଗି ଏହାର ଜଣେ ସବ ଇନ୍ସପେକ୍ଟର(ଏସଆଇ) କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏହି ଏସଆଇ ଜଣଙ୍କ ଛୁଟିରେ ଥିଲେ ଏବଂ ଅନ୍ୟ କୌଣସି ରୋଗର ଚିକିତ୍ସା ଲାଗିି ହସ୍ପିଟାଲକୁ ଯାଇଥିବାବେଳେ ତାଙ୍କର କରୋନା ଟେଷ୍ଟ ହୋଇଥିଲା । ଏବେ ସ୍ୱାବ ନମୂନା ରିପୋର୍ଟ ପଜିଟିଭ ଆସିଛି ଏବଂ ତାଙ୍କୁ ଗ୍ରେଟର ନୋଏଡା ସ୍ଥିତ ସେଣ୍ଟ୍ରାଲ ଆର୍ମଡ ପୋଲିସ ଫୋର୍ସର କ୍ୱାରେଣ୍ଟାଇନ ସେଣ୍ଟରରେ ଭର୍ତ୍ତି କରାଯାଇଛି । ଏହା ପୂର୍ବରୁ ସୀମା ସୁରକ୍ଷା ବାହିନୀ, ସିଆରପିଏଫ, ସିଆଇଏସଏଫର ଯବାନ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here