Spread the love

କଟକ: ମାର୍ଚ୍ଚ ୨୨ରେ ପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରୋନା ସଂକ୍ରମଣର ସମୁହ ମୁକାବିଲା କରିବା ଲାଗି ଜନତା କର୍ଫ୍ୟୁ ଘୋଷଣା କରି ଲୋକଙ୍କୁ ଟେଷ୍ଟ କରିବା ଲାଗି ପ୍ରୟାସ କଲେ ଓ ସେଥିରେ ସଫଳ ହେଲେ । ମାର୍ଚ୍ଚ ୨୫ ତାରିଖରେ ସମଗ୍ର ଦେଶରେ ଲକ୍ଡାଉନ ଲାଗୁ କରିବା ଲାଗି ସେ ନିଦେ୍ର୍ଦଶ ଦେଲେ । ଏଥିରେ ମଧ୍ୟ ସେ ସଫଳ ହେଲେ । କାଁ ଭାଁ ଘଟଣାକୁୁ ଛାଡ଼ି ଦେଲେ ସମଗ୍ର ଦେଶରେ କରୋନା ସଂକ୍ରମଣକୁ ନେଇ ସବୁ ସ୍ଥାନରେ ଦେଖା ଦେଲା ଭୟର ବାତାବରଣ । ୯୯ ଭାଗ ଲୋକ ଘରେ ଲୁଚି ରହିଲେ । ସରକାର ଭାବିଥିଲେ ୨ ମାସ ପରେ ସବୁୂ ଠିକ୍ ହୋଇଯିବ । ଯଦିଓ ଇତିମଧ୍ୟରେ ଚୀନ ଓ ଇଉରୋପର ଗୋଟିଏ ଦେଶକୁ ଛାଡିଦେଲେ କୌଣସି ଦେଶ କରୋନା ସଂକ୍ରମଣ ରୋକିବାରେ ସମର୍ଥ ହୋଇନାହାନ୍ତି । ଦେଶର ତଥାକଥିତ ପଣ୍ଡିତମାନେ ବୋଧେ ଏ ଦେଶରେ କୋଟି କୋଟି ଶ୍ରମିକ ରହିଥିବା ଓ ସେମାନେ ପ୍ରବାସରେ କାର୍ଯ୍ୟ କରୁଥିବା ଭୁଲି ଯାଇଥିଲେ । କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଲକ୍ଡାଉନ ତରବରିଆ ଭାବେ କରାଯାଇଥିବା ପ୍ରଥମେ କହିିଥିଲେ ।ମାନ୍ୟବର ପ୍ରଧାନମନ୍ତ୍ରୀଙ୍କୁ ଏ ଦେଶର ସର୍ବଶ୍ରେଷ୍ଠ ନେତା ଓ ବ୍ୟକ୍ତି ଭାବେ କିଛି ମିଡ଼ିଆ ଗତ ୬ ବର୍ଷ ଧରି ପ୍ରଚାର କରୁଥିବା ବେଳେ ସୋନିଆଙ୍କ ମତାମତକୁ ୩ୟ ପୃଷ୍ଠାର ଖବର ଭାବେ ବିବେଚନା କରି ସେତେ ବେଳେ ବିଶେଷ ଗୁରୁତ୍ୱ ଦେଇ ନ ଥିଲେ । ତେବେ ଭାଷଣରେ ମନ ଜିଣୁଥିବା ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଇତିମଧ୍ୟରେ ୩ଥର ଦେଶ ଉଦେ୍ଦଶ୍ୟରେ ଭାଷଣ ଦେଇଛନ୍ତି । ଶେଷ ଭାଷଣରେ ତାଙ୍କର ପ୍ରବାସୀ ଶ୍ରମିକଙ୍କ କଥା ମନେ ପଡ଼ିଲା । ଦୀର୍ଘ ଏକ ମାସ ମାଡ଼ି ଜାକି ହୋଇ ଶ୍ରମିକମାନେ ଘରେ ରହିବା ପରେ ପ୍ରଥମଥର ଲାଗି ଦିଲ୍ଲୀରେ ସମବେତ ହେଲେ ଓ ପରୋକ୍ଷରେ ସରକାରଙ୍କୁ ଜଣାଇ ଦେଲେ ଆଉ ଭୋକରେ ରହି ହେବ ନାହିଁ । ପ୍ରତିରକ୍ଷା କ୍ଷେତ୍ରରେ ଶ୍ରୀ ଗୋଲକରଙ୍କ କଥାରେ ପରିଚାଳିତ ମୋଦି ସରକାରଙ୍କୁ ଲକଡାଉନ ଲାଗି ଯେଉଁ ବ୍ୟୁରୋକ୍ରାଟ ପ୍ରବର୍ତ୍ତାଇଥିଲେ ତାଙ୍କର ବୋଧେ ପ୍ରବାସୀ ଶ୍ରମିକମାନଙ୍କ କଥା ମନେ ନଥିଲା ବୋଲି ବରିଷ୍ଠ କଂଗ୍ରେସ ନେତା ତଥା କଟକ–ବାରବାଟୀ ବିଧାୟକ ମହମ୍ମଦ ମୋକିମ କହିଛନ୍ତି । କୋଟି କୋଟି ଶ୍ରମିକ ଖାଇବେ କଣ , ଭିଟାମାଟିକୁ ଯିବେ କିପରି ? ଏଭଳି ଏକ ସାଧାରଣ ପ୍ରଶ୍ନର ଉତ୍ତର ସରକାରଙ୍କ ପାଖରେ ନଥିବା ବେଳେ ଲକଡାଉନ ୩ ଥର ଘୁଞ୍ଚା ଯାଇଥିଲା ଓ ସବୁଥର କେନ୍ଦ୍ର ଓ ରାଜ୍ୟ ସରକାର ବାହାଦୁର ସବୁ ଠିକ ହୋଇଯିବ ବୋଲି କହିଥିଲେ ମଧ୍ୟ ଶ୍ରମିକମାନଙ୍କୁ ରାଜରାସ୍ତାରେ ମରିବା ପାଇଁ ଛାଡ଼ି ଦେବା କେତେ ଦୁର ଯୁକ୍ତିଯୁକ୍ତ ବୋଲି ସେ ପ୍ରଶ୍ନ କରିଛନ୍ତି ।
ଅନୁସନ୍ଧାନରୁ ଜଣାପଡ଼ିଛି ଯେ କେନ୍ଦ୍ର ସରକାରଙ୍କ ପାଖରେ କେତେ ସଂଖ୍ୟାରେ ଶ୍ରମିକ ଅଣ ସଂଗଠିକ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି ତାହାର କିଛି ସଠିକ ତଥ୍ୟ ନାହିଁ । କାରଣ ଏ ନେଇ ବିଭିନ୍ନ ଅର୍ଥନୈତିକ ସଂଗଠନ ପକ୍ଷରୁ ଭିନ୍ନଭିନ୍ନ ତଥ୍ୟ ସରକାରଙ୍କୁ ପ୍ରଦାନ କରାଯାଇଥାଏ । ଅନେକ ସଂସ୍ଥା ସରକାରୀ ଭାବେ କେବେ ପଂଜିକୃତ ହୋଇନଥାନ୍ତି । କାରଣ ସେମାନେ ଜୀବନରେ କେବେ ଟିକସ କି ଅନ୍ୟାନ୍ୟ ସରକାରୀ ଦେୟ ଦେଇ ନଥାନ୍ତି । ସଂଗଠିତ କ୍ଷେତ୍ରରେ ଥିବା ଶ୍ରମିକମାନଙ୍କ ହିସାବ ସରକାରଙ୍କ ପାଖରେ ଥିବା ନେଇ କୌଣସି ସନେ୍ଦହ ନଥିବା ବେଳେ ଅଣସଂଗଠିତ କ୍ଷେତ୍ରରେ କାର୍ଯ୍ୟରତ ଶ୍ରମିକମାନେ ଏହି ମହାମାରୀରେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛନ୍ତି ଏକଥା କୁ ସରକାର କେବେବି ଅସ୍ୱୀକାର କରିପାରିବେ ନାହିଁ । ତେବେ ଏମାନଙ୍କ କଥା ମୋଦି ସରକାର ପ୍ରଥମରୁ ଭୁଲିଗଲେ କେମିତି ? ବିଭିନ୍ନ ଦେଶ ଲକଡାଉନ କରିବା ପୂର୍ବରୁ ସେମାନଙ୍କ ଦେଶରେ ଥିବା ଶ୍ରମିକମାନଙ୍କ ଲାଗି କଣ ବ୍ୟବସ୍ଥା କରିଛନ୍ତି ସେ ଉପରେ ମୋଦିଙ୍କ ଉପଦେଷ୍ଟାମାନେ ଦୃଷ୍ଟି ପକାଇ ନ ଥିଲେ କି ? ତେବେ ଲକଡାଉନ କୋହଳ ହେବା ପରେ ଏବେ କରୋନା ଗୋଟିଏ ଗୋଟିଏ ରାଜ୍ୟରେ ଦ୍ୱିଗୁଣିତ ହେବା ପରେ ଆଉ ସରକାରଙ୍କ ମୁଣ୍ଡ କାର୍ଯ୍ୟ କରୁନଥିବା ଭଳି ଲାଗୁଛି । ସଂଘୀୟ ବ୍ୟବସ୍ଥା କଥା ଏବେ କେନ୍ଦ୍ର ସରକାରଙ୍କ ମନେ ପଡୁଛି । ରାଜ୍ୟ ସରକାର ମାନେ ସେମାନଙ୍କ ରାଜ୍ୟର ସ୍ଥିତି ଦେଖି ନିଷ୍ପତ୍ତି ନେବେ ବୋଲି ପ୍ରଧାନମନ୍ତ୍ରୀ ଇତିମଧ୍ୟରେ କହିଛନ୍ତି । ତେବେ ନିରଙ୍କୁଶ କ୍ଷମତା ଉପଭୋଗ କରୁଥିବା କେନ୍ଦ୍ର ସରକାର ଏବେ ସଂଘୀୟ ବ୍ୟବସ୍ଥା କଥା କାହିଁକି ମନେ ପକାଉଛନ୍ତି ବୋଲି ସାଧାରଣରେ ପ୍ରଶ୍ନ ହେଉଛି । ଶେଷରେ କରୋନା ଯେ ଭାରତରେ ଭୀଷଣ ରୂପ ନେବ ଓ ଏବେ ଭଗବାନ ଯେ ଲୋକଙ୍କୁ ସାହାଭରଷା ବୋଲି ସାଧାରଣରେ ମତ ପ୍ରକାଶ ପାଉଛି ।

LEAVE A REPLY

Please enter your comment!
Please enter your name here