Spread the love

କଟକ: ମାର୍ଚ୍ଚ ୨୫ରୁ ଜାତୀୟ ଲକଡାଉନ ଆରମ୍ଭ ପୂର୍ବରୁ ମାର୍ଚ୍ଚ ୨୩ (ରବିବାର-ଜନତା କର୍ଫୁ୍ୟ)ରୁ ରାଜ୍ୟରେ ଲକଡାଉନ ପାଳିତ ହେଉଛି । ସେବେଠାରୁ ଏପ୍ରିଲ ୨୯ ପର୍ୟ୍ୟନ୍ତ ସବୁକିଛି ଠିକ ଚାଲିଥିଲା । କାରଣ ସେତେବେଳ ପର୍ୟ୍ୟନ୍ତ ପ୍ରବାସୀ ଶ୍ରମିକ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହୋଇନଥିଲା । ମାର୍ଚ୍ଚ ୨୩ରୁ ଏପ୍ରିଲ ୨୯ ପର୍ୟ୍ୟନ୍ତ ରାଜ୍ୟ ସରକାରଙ୍କ ପ୍ରଶଂସାରେ ସମସ୍ତେ ଶତମୁଖ ହୋଇପଡ଼ିଥିଲେ । ଏପରିକି କରୋନା ମୁକାବିଲା କ୍ଷେତ୍ରରେ ଓଡ଼ିଶା ମଡେଲ ଅନୁକରଣୀୟ ବୋଲି ଖୋଦ ପ୍ରଧାନମନ୍ତ୍ରୀ ମଧ୍ୟ ମତ ଦେବାରୁ ପଛେଇ ନଥିଲେ । ମାତ୍ର ପ୍ରବାସ ଆରମ୍ଭ ହେବା ପରେ ସବୁକିଛି ଓଲଟି ଯାଇଥିଲା । ରାଜ୍ୟରେ କେବଳ କାଗଜପତ୍ରରେ ଓ ଟିଭି ପର୍ଦ୍ଦାରେ ସୌମ୍ୟଦର୍ଶନ ଅଧିକାରୀଙ୍କ ବାକଚାତୁରୀରେ ହିଁ କରୋନା ସଂକ୍ରମଣର ମୁକାବିଲା ସୀମିତ ବୋଲି ଅନ୍ୟ ରାଜ୍ୟରୁ ପ୍ରବାସୀ ଓଡ଼ିଆ ଆସି ପହଞ୍ଚôବା ପରେ ପ୍ରତୀୟମାନ ହେଉଛି ।
ପ୍ରବାସୀଙ୍କ ସ୍ୱଗୃହ ପ୍ରତ୍ୟାବର୍ତ୍ତନ କରୋନା ସଙ୍କଟ ସମୟରେ ‘ନିଆଁରେ ଘିଅ ଢାଳିଲା’ ଭଳି ହୋଇଛି । ପ୍ରବାସୀ ସ୍ଥାନାନ୍ତର ହେବା ଆରମ୍ଭ ହେବା ପରେ ଦେଶ ସମେତ ଓଡ଼ିଶାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବଢିଚାଲିଛି । ଟୀକା ନବାହାରିବା ପର୍ୟ୍ୟନ୍ତ ଏକାନ୍ତବାସ, ସଙ୍ଗରୋଧ ଓ ଲକଡାଉନ କରୋନା ମୁକାବିଲା ପାଇଁ ଏକମାତ୍ର ଅସ୍ତ୍ର ଭାବେ ବିଚାର କରାଯାଉଥିଲେ ମଧ୍ୟ ଓଡ଼ିଶା ଫେରିଥିବା ଓ ଫେରୁଥିବା ଲୋକଙ୍କୁ କିପରି ସଙ୍ଗରୋଧରେ ରଖାଯିବ ତାହା ଚିନ୍ତାର ବିଷୟ ପାଲଟିଛି । ଏବେ ବ୍ୟକ୍ତିଗତ ଉଦ୍ୟମରେ ଓ ସରକାରୀ ଉଦ୍ୟମରେ ପ୍ରବାସୀ ଓଡ଼ିଆ ଘରକୁ ଫେରୁଛନ୍ତି । ସରକାରୀ ଉଦ୍ୟମରେ ମୁଖ୍ୟତଃ ଶ୍ରମିକ ମାନେ ଅସୁଥିବା ବେଳେ ଅନ୍ୟମାନେ ନିଜ ବ୍ୟବସ୍ଥାରେ ପ୍ରତ୍ୟାବର୍ତ୍ତନ କରୁଛନ୍ତି । ସରକାରୀ ବ୍ୟବସ୍ଥାରେ ଫେରୁଥିବା ଶ୍ରମିକଙ୍କୁ ଏ ଯାବତ ସଙ୍ଗରୋଧରେ ରଖିବାକୁ ସରକାର ସମର୍ଥ ହୋଇନାହାନ୍ତି । ଏପରି ସ୍ଥିତିରେ ନିଜ ଉଦ୍ୟମରେ ଓଡ଼ିଶା ଫେରୁଥିବା ପ୍ରବାସୀ ମଧ୍ୟ କରୋନା ସଂକ୍ରମଣ ବୃଦ୍ଧି କରାଇବାରେ ସହାୟକ ହେବେ ବୋଲି ଆଶଙ୍କା ପ୍ରକାଶ ପାଇଛି । ଯେଉଁମାନେ ନିଜ ଉଦ୍ୟମରେ ଓଡ଼ିଶା ଫେରୁଛନ୍ତି ସେମାନେ ନିଜ ଘରେ ସଙ୍ଗରୋଧରେ ରହିବାକୁ ଲିଖିତ ପ୍ରତିଶ୍ରୁତି ଦେଉଥିଲେ ମଧ୍ୟ ତାହାକୁ ପାଳନ କରୁନାହାନ୍ତି । ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଯେ ଏହି ଦ୍ୱିତୀୟ ବର୍ଗର ପ୍ରବାସୀ ସଙ୍ଗରୋଧରେ ରହୁଛନ୍ତି କି ନାହିଁ ତାହା କିପରି ତଦାରଖ କରାଯାଉଛି ତାହା ଜଣାପଡ଼ୁନାହିଁ । ଗୁରୁବାର କଟକ ସହରରେ ଏପରି ଏକ ମାମଲାକୁ ନେଇ ଉତ୍ତେଜନା ପ୍ରକାଶ ପାଇଲା ପରେ ସରକାରଙ୍କ କରୋନା ମୁକାବିଲାର ବିକଳ ଚିତ୍ର ସମ୍ମୁଖକୁ ଆସିଛି ।
ଗୁରୁବାର ଭୋର ସମୟରେ ପ୍ରଫେସରପଡ଼ାସ୍ଥିତ ଏକ ଆପାର୍ଟମେଣ୍ଟକୁ ରାଜସ୍ଥାନରୁ ଜଣେ ବ୍ୟକ୍ତି ଆସି ପହଞ୍ଚôଥିଲେ । ସେ ସିଧା ନିଜ ଘରକୁ ଯିବା ପରେ ତାଙ୍କ ପରିବାର ସଦସ୍ୟ ଏଣେତେଣ ବୁଲିବା ଆରମ୍ଭ କରିଥିଲେ । ସମ୍ପୃକ୍ତ ବ୍ୟକ୍ତି ରାଜସ୍ଥାନରୁ ସବୁ ସରକାରୀ ବ୍ୟବସ୍ଥାକୁ ମାନି ଏଠାକୁ ଆସିଛନ୍ତି ବୋଲି କାଗଜପତ୍ର ଦେଖାଉଛନ୍ତି । ଏପରିକି ରାଜସ୍ଥାନରେ ତାଙ୍କର କରୋନା ପରୀକ୍ଷା ରିପୋର୍ଟ ନେଗେଟିଭ ଆସିଥିବା ମଧ୍ୟ ପ୍ରକାଶ କରୁଛନ୍ତି । ହେଲେ ରାଜସ୍ଥାନରୁ ପରୀକ୍ଷା ପରେ ସେ କଟକ ଫେରିଥିବା ଓ ସଡ଼କ ପଥରେ ୨/୩ ଦିନ ଧରି ଯାତ୍ରା କରିଥିବାରୁ ଏଠାରେ ସଙ୍ଗରୋଧରେ ରହିବାକୁ ସ୍ଥାନୀୟ ବାସିନ୍ଦା ମାନେ ଦାବି କରିଥିଲେ । ହେଲେ ସମ୍ପୃକ୍ତ ବ୍ୟକ୍ତି କାହା କଥା ଶୁଣିବାକୁ ନାରାଜ ଥିଲେ । ଶେଷରେ ପୋଲିସ, ଆଶାକର୍ମୀଙ୍କ ସହାୟତାରେ ତାଙ୍କୁ ଖାନନଗରସ୍ଥିତ ସଙ୍ଗରୋଧ କେନ୍ଦ୍ର୍ରକୁ ନିଆଯାଇଥିଲା ମାତ୍ର ତାଙ୍କ ସଂଶ୍ପର୍ଷରେ ଆସିଥିବା ପରବାରର ସଦସ୍ୟ ମାନେ ଖୋଲାରେ ବୁଲୁଛନ୍ତି । ।
ଏହା କେବଳ ଉଦାହରଣ ମାତ୍ର । ଅନ୍ୟ ରାଜ୍ୟରୁ ଓଡ଼ିଶାକୁ ବୈଧ ଓ ଅବୈଧ ଭାବେ ବହୁ ଲୋକ ଦୈନିକ ପ୍ରବେଶ କରୁଛନ୍ତି । ନା ସେମାନଙ୍କ ସମ୍ପର୍କରେ ସରକାରଙ୍କ ପାଖରେ କିଛି ଖବର ଅଛି ନା ସେମାନ ନିଜ ଆଡ଼ୁ କିଛି ଜଣାଉଛନ୍ତି । ସ୍ଥାନୀୟ ବାସିନ୍ଦା କିମ୍ବା ସଚେତନ ନାଗରିକଙ୍କଠାରୁ ଖବର ପାଇବା ପରେ ପ୍ରଶାସନ ସେଠାରେ ପହଞ୍ଚୁଥିଲେ ମଧ୍ୟ ଅନେକ ସ୍ଥାନରେ ଖାମଖିଆଲି ଭାବେ ତଦାରଖ କରୁଥିବା ଦେଖାଯାଉଛି । ମାର୍ଚ୍ଚ ୨୫ରୁ ଲକଡାଉନରେ ରହିବା ପରେ ଏପ୍ରିଲ ୨୯ ପରେ ଏହି ପ୍ରବାସୀ ମାନେ କିପରି କରୋନା ଆକ୍ରାନ୍ତ ହେଉଛନ୍ତି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏବେ ରାଜ୍ୟରେ କେବଳ ପ୍ରବାସୀ ମାନେ କରୋନା ସଂକ୍ରମିତ ହେଉଛନ୍ତି ବୋଲି ରିପୋର୍ଟ ମିଳୁଛି । ବର୍ତ୍ତମାନ ସ୍ୁଦ୍ଧା ୩୫ ହଜାରରୁ ଅଧିକ ପ୍ରବାସୀ ଶ୍ରମିକ ଘରକୁ ଫେରି ସାରିଲେଣି ଓ ପାଖାପାଖି ୧୦ଲକ୍ଷ ଫେରିବା ପାଇଁ ପଞ୍ଜôକରଣ କରିଛନ୍ତି ବୋଲି କୁହାଯାଉଛି । ଏମାନଙ୍କ ପାଇଁ ୬,୭୯୮ଟି ଗ୍ରାମ ପଞ୍ଚାୟତରେ ୧୨ହଜାର ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ଖୋଲାଯିବା ସହ ୫ଲକ୍ଷ ଶଯ୍ୟା ପ୍ରସ୍ତୁତ କରାଯାଇଛି ବୋଲି ସରକାରୀ ଭାବେ କୁହାଯାଇଛି । ଘରକୁ ଫେରିବାକୁ ଯଦି ୧୦ଲକ୍ଷ ପଞ୍ଜିକରଣ କରିଛନ୍ତି ତେବେ ୫ ଲକ୍ଷ ଶଯ୍ୟା କିପରି ସ୍ଥିତିର ମୁକାବିଲା କରିବ? ଏହା ହେଉଛି ରାଜ୍ୟ ସରକାରଙ୍କ କରୋନା ମୁକାବିଲାର ଚିତ୍ର ।

LEAVE A REPLY

Please enter your comment!
Please enter your name here