Spread the love

ନୂଆଦିଲ୍ଲୀ
ପୂର୍ବତନ ପ୍ରଧାନମନ୍ତ୍ରୀ ତଥା କଂଗ୍ରେସ ରାଜ୍ୟସଭା ସାଂସଦ ଡ. ମନମୋହନ ସିଂହ(୮୭) ମଙ୍ଗଳବାର ୧୨.୩୦ ସମୟରେ ଏମ୍ସରୁ ଡିସଚାର୍ଜ ହୋଇଛନ୍ତି । ଏକ ନୂତନ ଔଷଧ ଖାଇବା ପରେ ଅସୁସ୍ଥତା ଅନୁଭବ କରିବାରୁ ରବିବାର ସନ୍ଧ୍ୟାରେ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିଲା । ସୋମବାର ରାତିରେ ତାଙ୍କୁ କାର୍ଡିଓ ନ୍ୟୁରୋ ଟାୱାରର ପ୍ରାଇଭେଟ ୱାର୍ଡକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ତାଙ୍କର ମଧ୍ୟ କରୋନା ପରୀକ୍ଷା କରାଯାଇଥିଲା ଏବଂ ଏହି ରିପୋର୍ଟ ନେଗେଟଭ ଆସିଥିଲା । ଶ୍ରୀ ସିଂହ ବର୍ତ୍ତାମାନ ରାଜସ୍ଥାନର ରାଜ୍ୟସଭା ସାଂସଦ ଅଛନ୍ତି । ସେ ୨୦୦୪ରୁ ୨୦୧୪ ଯାଏଁ ଦେଶର ପ୍ରଧାନମନ୍ତ୍ରୀ ରହିଥିଲେ । ୨୦୦୯ରେ ଏମ୍ସରେ ତାଙ୍କର କୋରୋନାରୀ ବାଇପାସ ସର୍ଜରୀ ହୋଇଥିଲା ।

LEAVE A REPLY

Please enter your comment!
Please enter your name here