Spread the love

ବିଶାଖାପାଟନମ: ଆନ୍ଧ୍ରପ୍ରଦେଶର ଭାଇଜାଗରେ ଥିବା ଏଲଜି କେମିକାଲ ପ୍ଲାଣ୍ଟରୁ ଗୁରବାର ସକାଳେ ବିଷାକ୍ତ ଷ୍ଟିରେନ ଗ୍ୟାସ ଲିକ ହେବାରୁ ୧୦ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ୫୦୦୦ରୁ ଅଧିକ ଲୋକ ଅସୁସ୍ଥ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ଜଣେ ୮ ବର୍ଷର ବାଳିକା ଏବଂ ୨ ଜଣ ବରିଷ୍ଠ ନାଗରିକ ସାମିଲ ଅଛନ୍ତି । ସୂଚନା ଅନୁଯାୟୀ ଗୋପାଳପାଟନମକୁ ଲାଗିଥିବା ନାଇଡୁତୋଟା ଅଞ୍ଚଳର ଆରଆର ଭେଙ୍କଟାପୁରମରେ ଥିବ ଏଲଜି ପଲିମର୍ସ କାରଖାନାରେ ଗୁରୁବାର ପ୍ରାତଃ ୩ଟା ସମୟରେ ବିଷାକ୍ତ ଗ୍ୟ।।ସ ଲିକ ହୋଇଥିଲା । ଏହି ଗ୍ୟାସ କିଛି ସମୟ ମଧ୍ୟରେ ୩ କିମି ପର୍ଯନ୍ତ ବ୍ୟାପି ଯାଇଥିଲା । ଏଥିଯୋଗୁ ଲୋକମାନେ ନିଶ୍ୱାସପ୍ରଶ୍ୱ।।ସ ନେବାରେ ଅସୁବିଧା ହେଉଛି ।ଅନେକ ଲୋକ ରାସ୍ତାରେ ଅଚେତ ଅବସ୍ଥାରେ ପଡିଥିବା ମଧ୍ୟ ଦେଖିବାକୁ ମିଳିଛି । ଏହି ଗ୍ୟାସ ସଂସ୍ପର୍ଶରେ ଆସିଲେ ଦେହରେ ଘା ଏବଂ ଆଖିରୁ ଲୁହ ବାହାରୁ ଥିବାର ମଧ୍ୟ କିଛି ଲୋକ ଅଭିଯୋଗ କରିଛନ୍ତି । କିଛି ପଶୁପକ୍ଷୀ ମଧ୍ୟ ଗ୍ୟାସ ସଂସ୍ପର୍ଶରେ ଆସି ପ୍ରାଣ ହରାଇଛନ୍ତି । ଏହି ଘଟଣା ଜଣାପଡିବ ପରେ ସ୍ଥାନୀୟ ପୋଲିସ,ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ ଆରମ୍ଭ କରିଥିଲା । ପରେ ସେନା ଏବଂ ଏନଡିଆରଏଫ ଟିମକୁ ଏଥିରେ ନିୟୋଜନ କରାଯାଇଥିଲା । ସେମାନ ଲୋକଙ୍କୁ ଉଦ୍ଧାର କରି ସରକାରୀ ଏବଂ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । ଏହି ଘଟଣାକୁ ନେଇ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ର ଜଗନ ମୋହନ ରେଡ୍ଡୀ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଦୁଃଖ ପ୍ରକଶ କରିଛନ୍ତି । ପ୍ରଧାନମନ୍ତ୍ରୀ ଏହି ଘଟଣାର ସମୀକ୍ଷା କରିବା ସହ ବିପର୍ଯ୍ୟୟ ପ୍ରଶମନ ଅଧିକାରୀଙ୍କ ସହ ଘଟଣା ସମ୍ପର୍କରେ ଆଲୋଚନା କରିଛନ୍ତିି । ଅପରପକ୍ଷେ ଲୋକମାନଙ୍କୁ ଘରେ ଭିତରେ ରହିବାକୁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here