Spread the love

ଭୁବନେଶ୍ୱର: କେନ୍ଦ୍ରସରକାରଙ୍କ ମଧ୍ୟରାତ୍ରୀ ଅଧ୍ୟାଦେଶ ଅନୁଯାୟୀ ରାଜ୍ୟ ସରକାରଙ୍କ ପକ୍ଷରୁ ଅଣ-ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲିବାକୁ ସର୍ତ୍ତମୂଳକଅନୁମତି ମିଳିଛି । କିନ୍ତୁ ସପିଂ ମଲ୍ କିମ୍ବା ସପିଂ କମ୍ପେ୍ଲକ୍ସ ଖୋଲି ପାରିବ ନାହିଁ ବୋଲି ସ୍ପଷ୍ଟ କରାଯାଇଛି । କଟକଣାରେ ଏହି ରିହାତି ହଟସ୍ପଟ କିମ୍ବା କଂଟେନମେଂଟ ଜୋନ୍ ଅଂଚଳରେ ଲାଗୁ ହେବନାହିଁ । କେଉଁ ଦୋକାନ ଖୋଲିବ ସେ ସମ୍ପର୍କରେ ଜିଲ୍ଲାପାଳ ଓ କମିଶନର ନିଷ୍ପତ୍ତି ନେବେ ବୋଲି କୁହାଯାଇଛି । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଆଜିଠାରୁ ସପ୍ ଆଣ୍ଡ ଏଷ୍ଟାବ୍ଲିସମେଂଟ ଆକ୍ଟରେ ପଞ୍ଜିକୃତ ହେଇଥିବା ସମସ୍ତ ଦୋକାନ, ପୌରପାଳିକା ଅଂଚଳ ବାହାରେ ଥିବା ରେସିଡେନ୍ସିଆଲ କଂପ୍ଲେକ୍ସ ଓ ମାର୍କେଟ କଂପ୍ଲେକ୍ସରେ ଥିବା ଦୋକାନ, ରେସିଡେନସିଆଲ ଅଂଚଳ ଓ ଏହା ଆଖପାଖ ବଜାରରେ ଥିବା ଦୋକାନ, ଗ୍ରାମାଂଚଳରେ ସବୁ ପଞ୍ଜିକୃତ ଦୋକାନ. ସହରାଂଚଳରେ କେବଳ ଗୋଟିକିଆ ଦୋକାନ ଖୋଲାଯାଇ ପାରିବ । ପୌରପାଳିକା ଭିତରେ ନଥିବା ଦୋକାନ ୫୦ ପ୍ରତିଶତ କର୍ମଚାରୀରେ ଖୋଲିବ ।

LEAVE A REPLY

Please enter your comment!
Please enter your name here