Spread the love

ଭୁବନେଶ୍ୱର : ବୁଧବାର ସକାଳୁ ଗୋଟାଏ ପଟେ ବାତ୍ୟା ଅମ୍ପନ ରାଜ୍ୟରେ ଆତଙ୍କ ସୃଷ୍ଟି କରିଥିବା ବେଳେ କରୋନା ମଧ୍ୟ ତାର ପ୍ରକୋପ ଜାରି ରଖିବା ସହ ନୂଆ କରି ୭୪ ରୋଗୀଙ୍କୁ ଚିହ୍ନଟ କରାଯାଇଛି । ଏଥିସହ ଖୋର୍ଦ୍ଧାରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଛି । ଫଳରେ ରାଜ୍ୟରେ ମୃତ୍ୟୁ ସଂଖ୍ୟା ୬କୁ ବୃଦ୍ଧି ପାଇଛି । ନୂଆକରି ମାଲକାନାଗିରି ଜିଲ୍ଲାରେ ୨ ଜଣ ରୋଗୀ ଚିହ୍ନଟ ହେବାପରେ ଏହା ସରକାରୀ କଳର ହୋସ ଉଡାଇ ଦେଇଛି । ତେବେ ଆଜି ଚିହ୍ନଟ ୭୪ ଜଣଙ୍କ ମଧ୍ୟରୁ ୭୨ ଜଣ ସଙ୍ଗରୋଧ କେନ୍ଦ୍ରରେ ଥିବା ବେଳେ ଅନ୍ୟ ୨ଜଣଙ୍କ ସଂପର୍କରେ କୌଣସି ତଥ୍ୟ ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଇ ନାହିଁ ।
ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁଯାୟୀ ବୌଦରେ ୨୮ଜଣ , ପୁରୀରେ ୧୧, କଟକ ରେ ୬ , ଯାଜପୁରରେ ୬, କେନ୍ଦ୍ରାପଡ଼ାରେ ୨, ବାଲେଶ୍ୱରରେ ୧, ଢ଼େଙ୍କାନାଳରେ ୧, କନ୍ଧମାଳରେ ୧ ଓ ମାଲକାନାଗିରିରେ ୨ଜଣ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୫୨କୁ ବୃଦ୍ଧି ପାଇଥିବାବେଳେ ସେମାନଙ୍କ ମଧ୍ୟରୁ ୩୦୭ ଜଣ ଏବେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ବିଭିନ୍ନ କୋଭିଡ଼ ଚିକିତ୍ସାଳୟରେ ୭୩୯ ଜଣ ଚିକିତ୍ସିତ ହେଉଛନ୍ତି । ତେବେ ଖୋର୍ଦ୍ଧା ଜିଲ୍ଲାର ଜଣେ ୭୦ ବୟସ୍କ ବ୍ୟକ୍ତିଙ୍କର କରୋନାରେ ମୃତ୍ୟୁ ହୋଇଥିବା ସରକାରୀ ଭାବେ ପ୍ରକାଶ ପାଇଛି ।

LEAVE A REPLY

Please enter your comment!
Please enter your name here