Spread the love

ଭୁବନେଶ୍ୱର: କରୋନା ସମେତ ପ୍ରତ୍ୟେକ ବିପର୍ଯ୍ୟୟ ସମୟରେ ଗଣମାଧ୍ୟମ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାନ୍ତି । ସେଥିପାଇଁ କରୋନା ବିପର୍ଯ୍ୟୟ ସମୟରେ ଭାରତ ସରକାର ଗଣମାଧ୍ୟମକୁ ଅତ୍ୟାବଶ୍ୟକ ସେବା ବର୍ଗରେ ଅନ୍ତର୍ଭୁକ୍ତ କରିଥିଲେ । ମାତ୍ର ଏବେ ଓଡ଼ିଶା ଖବରକାଗଜ ଶିଳ୍ପ କରୋନା ମାଡ଼ର ଶିକାର ହେବାକୁ ଯାଉଛି । କରୋନା ଲକଡାଉନ ପରେ ରାଜ୍ୟର ଅଧିକାଂଶ ଖବରକାଗଜ ପ୍ରକାଶନ ବନ୍ଦ ରଖିଥିଲା ବେଳେ କେତେକ ପୃଷ୍ଠା ସଂଖ୍ୟା ହ୍ରାସ କରିବା ସହ ମୂଲ୍ୟ ବୃଦ୍ଧି କରିଥିଲେ । ତେବେ ମଧ୍ୟ ସ୍ଥିତିରେ କିଛି ଉନ୍ନତି ନହେବାରୁ ରାଜ୍ୟର ପ୍ରମୁଖ ଖବରକାଗଜ ିଏବେ ସବୁବର୍ଗର କର୍ମଚାରୀଙ୍କ ଦରମା ଶତକଡ଼ା ୫୦ ପ୍ରତିଶତ କାଟ କରିବାକୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି । ସେହିପରି ଜାତୀୟ ଖବରକାଗଜ ଗୁଡ଼ିକରେ ମଧ୍ୟ ଦରମା କାଟ କରାଯାଉଥିବା ଜଣାପଡ଼ିଛି । କେବଳ ଗଣମାଧ୍ୟମ ନୁହେଁ ବିଜ୍ଞାପନ ସଂସ୍ଥା ଗୁଡ଼ିକ ମଧ୍ୟ ଅନୁରୁପ ସ୍ଥିତିର ସମ୍ମୁଖିନ ହୋଇଛନ୍ତି । ଓଡ଼ିଶାରେ ବିଜ୍ଞାପନ ଏଜେନ୍ସି ଗୁଡ଼ିକର ସ୍ଥିତି ଶୋଚନୀୟ ହୋଇଛି । ଦେଶର ଅନ୍ୟ ରାଜ୍ୟରେ ବିଜ୍ଞାପନ ଏଜେନ୍ସି ଗୁଡ଼ିକ ସୂଚନା ଓ ପ୍ରସାରଣ ବିଭାଗ ଦ୍ୱାରା ପଞ୍ଜôକୃତ ହେଉଥିଲା ବେଳେ ଓଡ଼ିଶାରେ ଏହି ବ୍ୟବସ୍ଥା ନାହିଁ । ସରକାର ନିଜ ପସନ୍ଦର ଲୋକଙ୍କ ଦ୍ୱାରା ସରକାରୀ ବିଜ୍ଞାପନ ରିଲିଜ କରୁଛନ୍ତି । ବିଜ୍ଞାପନ ଏଜେନ୍ସି ପଞ୍ଜôକରଣ ବ୍ୟବସ୍ଥା ଲାଗୁ ହେଲେ ରାଜ୍ୟ ସରକାର ବିଜ୍ଞାପନ ଦେୟ ବାବଦକୁ ଦେଉଥିବା ଅର୍ଥରେ ରିହାତି ମିଳନ୍ତା । ମାତ୍ର ଏହା କରାଯାଉନଥିବାରୁ ସରକାର ଅଧିକ ଅର୍ଥ ବ୍ୟୟ କରୁଥିଲା ବେଳେ ବିଜ୍ଞାପନ ଏଜେନ୍ସି ଗୁଡ଼ିକ ବିନା କାରଣରେ ଆର୍ଥିକ ସଙ୍କଟର ସମ୍ମୁଖିନ ହେଉଛନ୍ତି ।

LEAVE A REPLY

Please enter your comment!
Please enter your name here