Spread the love

ନୁଆଦିଲ୍ଲୀ: ଓଡ଼ିଶାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଧିରେଧିରେ ବୃଦ୍ଧି ପାଉଥିବାରୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଓଡ଼ିଶାର ୩ ଜିଲ୍ଲାକୁ ରେଡଜୋନ ଅନ୍ତର୍ଭୁକ୍ତ କରିଛନ୍ତି । ଭଦ୍ରକ, ବାଲେଶ୍ୱର ଓ ଯାଜପୁରକୁ ରେଡଜୋନରେ ରଖିଛନ୍ତି । ଯାଜପୁରରେ ଏବେ ସର୍ବାଧିକ ୩୯ ଜଣ ସକ୍ରୀୟ କରୋନା ରୋଗୀ ଅଛନ୍ତି । ଖୋର୍ଦ୍ଧା,ସୁନ୍ଦରଗଡ଼, କେନ୍ଦ୍ରାପଡ଼ା, କୋରାପୁଟ, ଢେଙ୍କାନାଳ ଓ ସୁନ୍ଦରଗଡ଼ ଜିଲ୍ଲାକୁ ଅରେଞ୍ଜ ଜୋନରେ ରଖାଯାଇଥିଲା ବେଳେ ଅବଶିଷ୍ଟ ୨୧ଜିଲ୍ଲାକୁ ଗ୍ରୀନଜୋନରେ ରଖାଯାଇଛି ।
ବିଭିନ୍ନ ରାଜ୍ୟ ସରକାର ଓ ମୁଖ୍ୟ ସଚିବମାନଙ୍କ ସହ ପରାମର୍ଶ କରି ସ୍ବାସ୍ଥ୍ୟ ମନ୍ତ୍ରାଳୟ ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ ଓ କୋଲକାତା ସମେତ ସମସ୍ତ ମେଟ୍ରୋ ସିଟିକୁ ରେଡ୍ ଜୋନ୍ ତାଲିକାଭୁକ୍ତ କରିଛନ୍ତି। ହାଇଦ୍ରାବାଦ, ବେଙ୍ଗାଲୁରୁ ଏବଂ ଅହମଦାବାଦ ସହରଗୁଡ଼ିକ ମଧ୍ୟ ରେଡ୍ ଜୋନ୍ରେ ରହିଛି। ୨୮ ଦିନ ପରିବର୍ତ୍ତେ ୨୧ ଦିନ ମଧ୍ୟରେ ନୂଆ ସଂକ୍ରମଣ ନ ଥିବା ଜିଲ୍ଲାଗୁଡ଼ିକୁ ଗ୍ରିନ୍ ଜୋନ୍ ଭାବେ ବିଚାର କରାଯାଇଛି। ଦେଶର ୧୩୦ଟି ଜିଲ୍ଲାକୁ ରେଡ୍ ଜୋନ୍ ଭାବେ ଘୋଷଣା କରାଯାଇଥିବା ବେଳେ ୨୮୪ଟି ଜିଲ୍ଲାକୁ ଅରେଞ୍ଜ୍ ଓ ୩୧୯ ଜିଲ୍ଲାକୁ ଗ୍ରିନ୍ ଜୋନ୍ ତାଲିକାଭୁକ୍ତ କରାଯାଇଛି। ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ମତାମତ ଏବଂ ଅତିରିକ୍ତ ବିଶ୍ଳେଷଣ ପରେ ରାଜ୍ୟମାନେ ପରିସ୍ଥିତି ଅନୁସାରେ ସେମାନଙ୍କର ଜିଲ୍ଲାଗୁଡ଼ିକୁ ରେଡ୍ କିଂବା ଅରେଞ୍ଜ୍ ଜୋନ୍ ତାଲିକାଭୁକ୍ତ କରିପାରିବେ।

LEAVE A REPLY

Please enter your comment!
Please enter your name here